ETV Bharat / state

ସୋନିଆ ଗାନ୍ଧୀଙ୍କ ଟିକାକରଣ ମନ୍ତବ୍ୟକୁ ବିଜେପିର ନିନ୍ଦା - Puri district bjp president

ଭାରତରେ ନିର୍ମିତ କରୋନା ଟିକା କୌଣସି ରାଜନୈତିକ ଦଳ କିମ୍ବା କୌଣସି ନିର୍ଦ୍ଧିଷ୍ଟ ନେତାଙ୍କର ନୁହେଁ, ଟୀକାକରଣ ପ୍ରସଙ୍ଗରେ ସୋନିଆଙ୍କ ମନ୍ତବ୍ୟ ରାଷ୍ଟ୍ର ବିରୋଧୀ ବୋଲି କହିଲା ପୁରୀ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ....

ସୋନିଆ ଗାନ୍ଧୀଙ୍କ ଟିକାକରଣ ମନ୍ତ୍ତବ୍ୟକୁ  ପୁରୀ ବିଜେପିର ନିନ୍ଦା

author img

By

Published : May 14, 2021, 7:07 AM IST

ପୁରୀ: ଭାରତରେ ନିର୍ମିତ କରୋନା ଟିକା କୌଣସି ରାଜନୈତିକ ଦଳ କିମ୍ବା କୌଣସି ନିର୍ଦ୍ଧିଷ୍ଟ ନେତାଙ୍କର ନୁହେଁ । ଏହା ଭାରତର ବୈଜ୍ଞାନିକଙ୍କ ଗବେଷଣା ଏବଂ ଅଦମ୍ୟ ଚେଷ୍ଟାର ଫଳ । ତେଣୁ ଏହାକୁ ନେଇ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟ ରାଷ୍ଟ୍ର ବିରୋଧୀ ବୋଲି ଦର୍ଶାଇଛି ବିଜେପି । ତେଣୁ ଏହା ବିରୋଧରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଆହ୍ୱାନକୁ ସମର୍ଥନ କରି ପୁରୀଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋନିଆଙ୍କ ମନ୍ତବ୍ୟକୁ ଘୋର ବିରୋଧ କରିଛି ପୁରୀ ଜିଲ୍ଲା ବିଜେପି ।

ସୋନିଆ ଗାନ୍ଧୀଙ୍କ ଟିକାକରଣ ମନ୍ତ୍ତବ୍ୟକୁ ପୁରୀ ବିଜେପିର ନିନ୍ଦା

ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏହାକୁ ଘୋର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ କୋରୋନା ଟୀକାକରଣ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସେହିପରି ପ୍ରତ୍ୟେକ ପଞ୍ଚାୟତ, ମୁନିସିପାଲଟି ଏବଂ ବିଜ୍ଞାପିତ ଅଞ୍ଚଳରେ ଟିକା ଦେବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଆଶ୍ରିିତ । କେନ୍ଦ୍ର ସରକାର କରୋନା ଟୀକାକରଣ ପାଇଁ ବହୁଳ ବ୍ୟବସ୍ଥା କରୁଥିବାବେଳେ ରାଜ୍ୟ ସରକାର ଏହାକୁ ସଠିକ ପରିଚାଳନା କରିପାରୁନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଅଭିଯୋଗ କରିଛି ଦଳ ।

ତେଣୁ ରାଜ୍ୟ ସରକାର ରାଜନୀତିରୁ ଊର୍ଦ୍ଧ୍ବରେ ରହି କୋରୋନା ଟିକା କିଭଳି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ପହଞ୍ଚିବା ସହ ଟୀକାକରଣ ସୁଚାରୁରୂପେ ହୋଇପାରିବ ତାହାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆଶ୍ରିତ ପଟ୍ଟନାୟକ ନିବେଦନ ମଧ୍ୟ କରିଥିବା ଦେଖାଯାଇଛି । ସେହିପରି ଗତ 2019ରେ ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବାବେଳେ ଆଜିକୁ 2 ବର୍ଷ ବିତି ସାରିଲାଣି । ଏପର୍ଯ୍ୟନ୍ତ ବିପନ୍ନ ଭଙ୍ଗାଘର କିମ୍ବା ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ଆସନ୍ତା ବର୍ଷା ଦିନ ପୂର୍ବରୁ ପ୍ରକୃତ ହିତାଧିକାରୀ ଚିହ୍ନଟ କରାଯାଇ ଫନି ସହାୟତା, ପକ୍କାଘର ନିର୍ମାଣ ସହାୟତା ଏବଂ ଅଚଳ କରାଯାଇଥିବା ବ୍ୟାଙ୍କ ଜମା ଖାତାକୁ ତୁରନ୍ତ ସଚଳ କରାଯିବା ପାଇଁ ମଧ୍ୟ ଦାବି କରିଛି ଦଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.