ETV Bharat / state

ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ଆରମ୍ଭ କଲା ପୁରୀ ଜିଲ୍ଲା ପ୍ରଶାସନ - ପୁରୀ ଜିଲ୍ଲା ପ୍ରଶାସନ

ରାଜ୍ୟରେ ବନ୍ୟା ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା । ଜିଲ୍ଲାରେ ବନ୍ୟା ଜଳ ଛାଡିବା ପରେ ଏବେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ପ୍ରଶାସନ ।

puri latest news, situation review after flood in puri, puri district administration, flood situation review in puri, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ବନ୍ୟ ପରବର୍ତ୍ତୀ ସ୍ଥିତି ସମୀକ୍ଷା, ପୁରୀ ଜିଲ୍ଲା ପ୍ରଶାସନ, ପୁରୀରେ ବନ୍ୟା ସ୍ଥିତି ସମୀକ୍ଷା
ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ଆରମ୍ଭ କଲା ପୁରୀ ଜିଲ୍ଲା ପ୍ରଶାସନ
author img

By

Published : Sep 13, 2020, 10:59 AM IST

ପୁରୀ: ରାଜ୍ୟରେ ବନ୍ୟା ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା । ଜିଲ୍ଲାରେ ବନ୍ୟା ଜଳ ଛାଡିବା ପରେ ଏବେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ପ୍ରଶାସନ । ଏହି ସମୟରେ ଦେଖାଯାଇଛି କି ବନ୍ୟା ଜଳ ଛାଡିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହେବାରୁ ଚିନ୍ତାରେ ପଡିଛି ଚାଷୀକୂଳ । ଏନେଇ ସମୀକ୍ଷା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ସମେତ ବିଭିନ୍ନ ପନିପରିବା ଚାଷର କ୍ଷତି ଆକଳନ ଜାରି ରହିଛି ।

ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ଆରମ୍ଭ କଲା ପୁରୀ ଜିଲ୍ଲା ପ୍ରଶାସନ

ଜିଲ୍ଲା କୃଷି ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ସର୍ଭେ କରୁଥିବା ଜଣା ପଡିଛି । ସେପଟେ ସହାକାରୀ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତି ସହିଥିବା ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ଦିଆଯିବ। ତେବେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ବିଶେଷ କରି ଧାନ ଓ ପନିପରିବା ଚାଷୀ ବ୍ୟାପକ କ୍ଷତି ସହିଛନ୍ତି । ତେଣୁ ତୁରନ୍ତ ଚାଷୀଙ୍କ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ 11ଟି ବ୍ଲକରୁ 7ଟି ବ୍ଲକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ପିପିଲି, କଣାସ, ଡେଲାଙ୍ଗ, ନିମାପଡା ଓ ଗୋପ ଆଦି ଅଞ୍ଚଳରେ ବ୍ୟାପକ ଚାଷ ଜମି ଦୟା, ରାଜୁଆ, କୁଶଭଦ୍ରା, ଭାର୍ଗବୀ ଓ ଧନୁଆ ନଦୀର ବନ୍ୟା ଜଳ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.