ETV Bharat / state

ଶ୍ରୀମନ୍ଦିର 75 ମିଟର ପରିଧିରୁ ବିସ୍ଥାପିତଙ୍କୁ ଜାଗା ପ୍ରଦାନ - ପୁରୀର ମଙ୍ଗଳଘାଟ ମୌଜା ଗଦାଧର ହାଇସ୍କୁଲ

ମହାପ୍ରଭୁଙ୍କ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭିଟାମାଟି ଛାଡିଥିବା ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ମୁତାବକ ଯୋଗାଇ ଦେଇଛି ଜାଗା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିସ୍ଥାପିତଙ୍କୁ ଜାଗା ପ୍ରଦାନ
ବିସ୍ଥାପିତଙ୍କୁ ଜାଗା ପ୍ରଦାନ
author img

By

Published : Aug 26, 2020, 9:01 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ କରିଡରରୁ ବିସ୍ଥାପିତ ହୋଇଥିବା ବିପନ୍ନଙ୍କୁ ଥଇଥାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବିସ୍ଥାପିତ 7 ଜଣ ପରିବାରକୁ ପୁରୀର ମଙ୍ଗଳଘାଟ ମୌଜା ଗଦାଧର ହାଇସ୍କୁଲ ନିକଟରେ ଘର ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯାଇଛି ।

ଶ୍ରୀମନ୍ଦିର 75 ମିଟର ପରିଧିରୁ ବିସ୍ଥାପିତଙ୍କୁ ଜାଗା ପ୍ରଦାନ

ପ୍ରତ୍ୟେକ ପରିବାରକୁ ଏକ ହଜାର ସ୍କୋୟାର ଫୁଟ ଜମି ଦିଆଯାଇଛି। ଗତକାଲି ( ମଙ୍ଗଳବାର) ସମସ୍ତ ନଥିପତ୍ର ଓ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଆଜି ( ବୁଧବାର) ଘର ନିର୍ମାଣ ପାଇଁ ବିସ୍ଥାପିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ପ୍ରଶାସନ ପ୍ରତିଶ୍ରୁତି ରଖି ଶୀଘ୍ର ଥଇଥାନ କରିଥିବା ପାଇଁ ବିସ୍ଥାପିତ ଖୁସି ପ୍ରକଟ କରଛନ୍ତି।

ସେପଟେ ଶ୍ରୀମନ୍ଦିର ସୁରକ୍ଷା ଯୋନରେ ଥିବା ଅନ୍ୟ ପରିବାର ମାନେ ମଧ୍ୟ ପ୍ରଶାସନକୁ ସହଯୋଗ କରିବାକୁ ପୁରୀ ଉପ-ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଚାରି ପାଖର 75 ମିଟର ଅଞ୍ଚଳରେ ଥିବା ସମସ୍ତ ଗୃହ ଉଛେଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ବିସ୍ଥାପିତଙ୍କୁ ଏକ ସମୟରେ ଟଙ୍କା ନେଇ ସେଟେଲ କରିବାର ସୁବିଧା ଥିବା ବେଳେ ଯେଉଁ ମାନେ ଜାଗା ବଦଳରେ ଜାଗା ନେବେ ସେ ନେଇ ମଧ୍ୟ ବ୍ୟବସ୍ଥା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.