ETV Bharat / state

ଶ୍ରୀମନ୍ଦିରରେ ପୁଣି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର - ସୁପ୍ରିମକୋର୍ଟଙ୍କ ଛାଟ

ସୁଧାରି ପାରିଲାନି ସୁପ୍ରିମକୋର୍ଟଙ୍କ ଛାଟ । ଏବେବି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଆଦାୟ ନେଇ ଭକ୍ତଙ୍କୁ ଦୁର୍ବ୍ୟବହାର ସାମ୍ନା କରିବାକୁ ପଡୁଛି । ଏମିତି ଘଟଣା ଘଟିଛି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର
ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର
author img

By

Published : Jan 23, 2020, 10:10 PM IST

ପୁରୀ: ସୁଧାରି ପାରିଲାନି ସୁପ୍ରିମକୋର୍ଟଙ୍କ ଛାଟ । ଏବେବି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଆଦାୟ ନେଇ ଭକ୍ତଙ୍କୁ ଦୁର୍ବ୍ୟବହାର ସାମ୍ନା କରିବାକୁ ପଡୁଛି । ଏମିତି ଘଟଣା ଘଟିଛି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ । ଶ୍ରୀମନ୍ଦିରକୁ ଆସିଥିବା ଜଣେ ଭକ୍ତଙ୍କ ଠାରୁ ଅଣ ସେବାୟତ ଜୋର ଜବରଦସ୍ତ ଦକ୍ଷିଣା ଆଦାୟକୁ ନେଇ ସିଂହଦ୍ବାର ସମ୍ମୁଖରେ ଗଣ୍ଡଗୋଳ ଘଟିଛି ।

ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କୁ ଦୁର୍ବ୍ୟବହାର

ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ପରେ ମୁତୟନ ଜେଟିପି ପୋଲିସକୁ ଡକାଇ ଉକ୍ତ ଅଣସେବାୟତଙ୍କୁ ଜିମା ଦେଇଛନ୍ତି । ଅଭିଯୋଗ ଅନୁସାରେ ଜଣେ ଶ୍ରଦ୍ଧାଳୁ ନିଜ ପରିବାର ନେଇ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ଅଣସେବାୟତ ଜଣକ ଦର୍ଶନ ଓ ଭୋଗ କରାଇଦେବା କହି ଜୋର ଜବରଦସ୍ତ ଭକ୍ତଙ୍କ ପକେଟରୁ ଟଙ୍କା ନେଇଯାଇଥିଲେ।

ଏହାର ପ୍ରତିବାଦ କରିବାରୁ ଅଣସେବାୟତ ଜଣଙ୍କ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେପଟେ ଅଣସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଅଟକ ଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଘଟଣାରେ ସତ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ଏହି ଘଟଣାକୁ ଜଗନ୍ନାଥପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ରେ ଭକ୍ତ କୁ ଦୁର୍ବ୍ୟବହାରBody:ସୁଧାରି ପାରିଲାନି ସୁପ୍ରିମକୋଟ ର ଛାଟ | ଏବେବି ଶ୍ରୀମନ୍ଦିର ରେ ଭକ୍ତଙ୍କୁ ଦକ୍ଷିଣା ଆଦାୟ ନେଇ ଭକ୍ତଙ୍କୁ ଦୁର୍ବ୍ୟବହାର ସାମ୍ନା କରିବାକୁ ପଡୁଛି | ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖ ରେ । ଶ୍ରୀମନ୍ଦିର କୁ ଆସିଥିବା ଜଣେ ଭକ୍ତ ଙ୍କ ଠାରୁ ଜଣେ ସେବାୟତ ବେଶଧାରି ଅଣ ସେବାୟତ ଜୋର ଜବରଦସ୍ତ ଦକ୍ଷୀଣ ଆଦାୟ କୁ ନେଇ ସିଂହଦ୍ୱାର ସମ୍ମୁଖରେ ଗଣ୍ଡଗୋଳ ଘଟିଛି | ଘଟଣା କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତୀ ପରେ ମୁତୟନ ଜେଟିପି ପୋଲିସ ଡକାଇ ଉକ୍ତ ଅଣସେବାୟତ ଙ୍କୁ ପୋଲିସ ଜିମା ଦେଇଛନ୍ତି | ଅଭିଯୋଗ ଅନୁସାରେ ଜଣେ ଭକ୍ତ ନିଜ ପରିବାର ନେଇ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ଅଣସେବାୟତ ଜଣକ ଦର୍ଶନ ଓ ଭୋଗ କରାଇଦେବା କହି ଜୋରଜବରଦସ୍ତ ଭକ୍ତ ଙ୍କ ପକେଟ ରୁ ଟଙ୍କା ନେଇ ଯାଇ ଥିଲେ। ଏହାର ପ୍ରତିବାଦ କରିବାରୁ ଵ୍ୟକ୍ତି ଖରାପ ଭାଷା ରେ ଗାଳି ଗୁଲଜ କରିଥିଲେ | ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା। କେତେକ ସେବାୟତ ଙ୍କ ବିରୋଧ ପରେ ଅଣସେବାୟତ ଙ୍କୁ ଅଟକ ରଖି ପଚରା ଉଚରା କରୁଚି ପୋଲିସ | ତେବେ ଅଟକ ଥିବା ବ୍ୟକ୍ତି ଙ୍କ ପରିଚୟ ଜଣା ପଡି ନଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି। ଦୋଷ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ଏହି ଘଟଣା କୁ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.