ETV Bharat / state

କଂଗ୍ରେସର ଅଭିଯୋଗ, 103 ଧାରା ଉଲଘଂନ କରି ରାହୁଲଙ୍କ ସଦସ୍ୟତା ରଦ୍ଦ କରିଛି ବିଜେପି

author img

By

Published : Mar 31, 2023, 8:32 PM IST

ବିଜେପି ଉପରେ ବର୍ଷିଲା କଂଗ୍ରେସ । କେନ୍ଦ୍ର ସରକାର ଷଡଯନ୍ତ୍ର କରି ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗ କଲା କଂଗ୍ରେସ । ସମ୍ବିଧାନର 103 ଧାରାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେପି ଉପରେ ବର୍ଷିଲା କଂଗ୍ରେସ
ବିଜେପି ଉପରେ ବର୍ଷିଲା କଂଗ୍ରେସ
ବିଜେପି ଉପରେ ବର୍ଷିଲା କଂଗ୍ରେସ, 103 ଧାରା ଉଲଘଂନ କରି ସଦସ୍ୟତା ରଦ୍ଦ ଅଭିଯୋଗ

ପୁରୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଦେଶରୁ ରାଜ୍ୟ ସବୁଠି ସରଗରମ ରାଜନୀତି । ରାହୁଲଙ୍କ ଲୋକସଭା ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ସମ୍ବିଧାନର 103 ଧାରା ଉଲଘଂନକୁ କଂଗ୍ରେସର ବିରୋଧ ପ୍ରକାଶ ପାଇଛି । ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଭିନ୍ନ ବିରୋଧି ଦଳ ପକ୍ଷରୁ ବିରୋଧ ଜାରି ରହିଛି । ସମ୍ବିଧାନର 103 ଧାରାକୁ ଅଣଦେଖା କରାଯାଇ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ବୋଲି କଂଗ୍ରସ କହିଛି ।

ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ସରକାର ଯେଉଁ ଷଡ଼ଯନ୍ତ୍ର କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାକୁ ଆଗାମୀ ଦିନରେ କଂଗ୍ରେସ ତୀବ୍ର ବିରୋଧ କରାଯିବ । ପୁରୀ ଜିଲ୍ଲା କଂଗ୍ରେସ ଏକ ସାମ୍ୱାଦିକ ସମ୍ମିଳନୀରେ କରି ବିଜେପି ସରକାରଙ୍କ ଏକଛତ୍ରବାଦୀ କାର୍ଯ୍ଯକଳାପକୁ ଘୋର ନିନ୍ଦା କରିଛି । ସାମ୍ୱାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପପତି ଆଦାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଥିବା ପ୍ରସଙ୍ଗକୁ ନେଇ ଲୋକସଭାରେ ରାହୁଲ ଗାନ୍ଧୀ ବାରମ୍ବାର ସ୍ବର ଉତ୍ତଳନ କରୁଥିଲେ । ଏହାସହ ଦେଶର ଟଙ୍କାକୁ ଆତ୍ମସାତ କରିଥିବା ନୀରବ ମୋଦି ଓ ଅନ୍ୟାନ୍ୟ ଶିଳ୍ପପତିଙ୍କ ପ୍ରସଙ୍ଗ ରାହୁଲ ଗାନ୍ଧୀ ଉଠାଇବାରୁ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇ ପଡିଛନ୍ତି ।"

ଏଣୁ ରାହୁଲଙ୍କୁ ସଂସଦରେ କୁହାଇ ନଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ ଆଳରେ ଏହି ଷଡ଼ଯନ୍ତ୍ର ରଚିଥିବା ପୁରୀ ଜିଲା କଂଗ୍ରେସ ଅଭିଯୋଗ କରିଛି । କୋର୍ଟ ରାହୁଲ ଗାନ୍ଧୀଙ୍କ ଉପର କୋର୍ଟରେ ଅପିଲ କରିବା ପାଇଁ ଏକ ମାସ ସମୟ ଦେଇ ଥିବା ବେଳେ ଏହାକୁ ଅନୂପାଳନ କରାନଯାଇ ଲୋକସଭା ବାଚସ୍ପତି ମନ୍ଦ ଉଦ୍ଦେଶ୍ୟ ନେଇ ରାହୁଲ ଗାନ୍ଧୀଙ୍କ ଲୋକ ସଭାସଭ୍ୟ ପଦ ରଦ୍ଦ କରିଛନ୍ତି । ପରେ ସରକାରୀ ଘର ଛାଡ଼ିବାକୁ ନୋଟିସ ମଧ୍ୟ ଦେଇଛନ୍ତି। ଅତି ତରବରିଆ ଭାବେ ଏହା ହୋଇ ଥିବାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି।

ସମ୍ବିଧାନର ଧାରା 103 ଅନୁଯୟୀ କୌଣସି ଲୋକ ସଭା ସଭ୍ୟଙ୍କ ପଦରଦ୍ଦ ପୁର୍ବରୁ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇ ଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚୋନା କରି ଏ ନିଷ୍ପତ୍ତି ନେବା ପରେ କିଛି କାର୍ଯ୍ୟନୁଷ୍ଠାନ ହୋଇଥାଏ । କିନ୍ତୁ ଏହି ବିଧିକୁ ଲୋକସଭା ବାଚସ୍ପିତି ଅନୁପାଳନ ନଥିବା ପୁରୀ ଜିଲା କଂଗ୍ରେସ୍ କହିଛି । ସୂଚନା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତାକୁ ରଦ୍ଦ କରିଛନ୍ତି ଲୋକସଭା ବାଚସ୍ପତି । ସୁରଟ ସେସନ କୋର୍ଟ 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଗୁରୁବାର ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ପରେ ଲୋକସଭା ବାଚସ୍ପତି ଏହି ପଦକ୍ଷେପ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.