ପୁରୀ: କୋରୋନାକୁ ନେଇ ସତର୍କ ହେବାକୁ ଅପିଲ କଲେ ପୁରୀ ଜିଲ୍ଲାପାଳ । ଲୋକଙ୍କୁ କୋରୋନାକୁ ନେଇ ଯତ୍ନବାନ ହେବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସଂ ଭିଡିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ।
ପୁରୀ ସହର ବାସିନ୍ଦା କୋଭିଡ କଟକଣା ମାନୁ ଥିବା ବେଳେ ଗ୍ରାମାଞ୍ଚଳରେ ଲୋକ ମାନେ ନିୟମ ମାନୁ ନ ଥିବା ପୁରୀ ଜିଲାପାଳ ବଲବନ୍ତ ସିଂ କହିଛନ୍ତି । ଅଗାମୀ ଦିନରେ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ। ତେବେ ଘରୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା ସହ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ପୁରୀ ଜିଲ୍ଲାପାଳ ପୁରୀ ବାସୀଙ୍କୁ ଅନୁରୋଧ କରିଛନ୍ତି । ଲୋକଙ୍କୁ ସରକାଙ୍କ ଦ୍ବାର ଜାରିକରାଯାଇଥିବା କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହିତ ଏହି ସମୟରେ ଜ୍ବର କାଶ କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 20 ହଜାର ସ୍ବାବ ପରୀକ୍ଷା ହୋଇଛି । ସେଥି ମଧ୍ୟରୁ 376 ଟି କୋଭିଡ ପଜିଟିଭ କେସ ବହାରିଛି । ସେଥି ମଧ୍ୟରୁ 78 ପ୍ରତିଶତ ଲୋକ ଭଲ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ 85 ଟି ଆକ୍ଟିଭ କେସ ରହିଛି । ସେମାନଙ୍କୁ ଭୁବନେଶ୍ବର ସ୍ଥିତ କୋଭିଡ ହସ୍ପିଟାଲ ଏବଂ ପୁରୀ ଜଗନ୍ନାଥ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ