ETV Bharat / state

ବଢୁଛି ନଦୀର ଜଳସ୍ତର, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

author img

By

Published : Aug 15, 2022, 9:39 PM IST

ପ୍ରବଳ ବର୍ଷା ପରେ ପୁରୀ ଜିଲ୍ଲାର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ତଳିଆ ଅଞ୍ଚଳ ଜଳମଗ୍ନ ହେବା ପରେ ବନ୍ଧରେ ଆଶ୍ରୟ ନେଲେ ଲୋକେ । ଜିଲ୍ଲାପାଳ ଓ ବିଧାୟକ ଘଟଣା ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କଲେ । ଅଧିକ ପଢନ୍ତୁ

PURI COLLECTOR  SAMARTH VERMA REVIEW FLOOD SITUATION IN PURI DISTRICT
ବଢୁଛି ନଦୀର ଜଳସ୍ତର, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ: ଜିଲ୍ଲାରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ପରେ ପୁରୀ ଜିଲ୍ଲାର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ତେବେ ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର କଣାସ ବ୍ଲକ ପରିଦର୍ଶନ କରି ବନ୍ୟା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି । ଏଥିସହ ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ପାଇଁ ତହସିଲଦାରଙ୍କୁ ସତର୍କ କରିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ ,ରାଜୁଆ, ମଲାଗୁଣି, କୁଶଭଦ୍ରା, ଦେବୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସୋମବାର ମଧ୍ୟ ରାତ୍ର ସୁଦ୍ଧା ମୁଣ୍ଡଳିରୁ ଆସୁଥିବା ବନ୍ୟା ଜଳ ବିଭିନ୍ନ ନଦୀରେ ଆସି ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ବେଳେ ତଳୁଆ ଅଞ୍ଚଳ ଏଥିରେ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । କଣାସ, ଗୋପ ଓ ଅସ୍ତରଙ୍ଗ ,ପିପିଲି ,ସତ୍ୟବାଦୀ, ନିମାପଡ଼ାର କେତେକ ତଳୁଆ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଆସି ପାରେ ବୋଲି ଅନୁମାନ କରାଯାଉଛି । ଏଥିଯୋଗୁଁ ସ୍ଥାନିୟ ବାସିନ୍ଦା ଏଥିଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲ୍ଲାପାଳ କଣାସ ଗସ୍ତ କରି ବ୍ଲକର ଦୋକନ୍ଦା, ବଡାସ ଆଦି ପଞ୍ଚାୟତ ପରିଦର୍ଶନ କରି ବନ୍ୟା ର ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ କରି ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିଲା ବେଳେ ତଳିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡ଼ିଓ ଓ ତହସିଲଦାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ହୀରାକୁଦରୁ ନିଷ୍କାସିତ ବନ୍ୟା ପାଣି ଏ ପର୍ଯ୍ୟନ୍ତ କଣାସର କୌଣସି ନଦୀରେ ପହଁଚି ନଥିଲେ ମଧ୍ୟ ଦୟା ନଦୀର ଜଳ କଣାସ ବ୍ଲକର ବଡ଼ାସ ଅଞ୍ଚଳରେ ଥିବା ମେଳଣ ପଡ଼ିଆରେ ଲହରୀ ଭାଙ୍ଗୁଥିବା ବେଳେ ଦୋକନ୍ଦା, ବଡାସର କିଛି ଗାଁରେ ବନ୍ୟାପାଣି ପଶିଛି । ସେପଟେ ପିପିଲି ଉତ୍ତରା ନିକଟସ୍ଥ ପୁବାଶାସନ ପଞ୍ଚାୟତ ଭାର୍ଗବୀ ନଦୀ କୂଳରେ ବସବାସ କରୁଥିବା ଶବର ସାହିରେ ବନ୍ୟା ଜଳ ପଶି ଥିବାରୁ ଉକ୍ତ ଅଞ୍ଚଳରେ ଥିବା ୧୦ ପରିବାର ଲୋକେ ଭାର୍ଗବୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଜଳସ୍ତର ବୃଦ୍ଧି ପାଇଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଏଥିସହ ପରିସ୍ଥିତି ମୁକାବିଲା ପାଇଁ ଓଡ୍ରାଫ୍ ଟିମ୍, ଏନ୍‌ଡିଆର୍‌ଏଫ୍ ଟିମ୍,ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.