ପୁରୀ: ଅପରାଧ ମୁକ୍ତ ସହର ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ପୋଲିସ । ଗତକିଛି ଦିନ ତଳେ ପୁରୀକୁ ବିଶ୍ବ ଐତିହ୍ୟ ସହର ଗଢି ତୋଳିବା ପାଇଁ ରାଜ୍ୟ ଯୋଜନା କରିଛନ୍ତି । ଏଥିପାଇଁ 500 କୋଟିର ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି । ଆଉ ପୁରୀକୁ ଅପରାଧି ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପୁରୀ ପୋଲିସ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ ପୁରୀ ସହରକୁ ଅପରାଧୀ ମୁକ୍ତ ସହର କରିବା ନେଇ ଉଦ୍ୟମ ଆରମ୍ଭ କରିଛି । ଏହି କ୍ରମରେ ଶନିବାର ରାତି ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରାକୁ ଧରିବା ସମୟରେ ଏନକାଉଣ୍ଟର ହୋଇଛି । ଅଭିଯୁକ୍ତ ଦିବାନା ନାମରେ ପୁରୀର ବିଭିନ୍ନ ଥାନାରେ 25ଟି ସଙ୍ଗୀନ ମାମଲା ରହିଛି ।
ତେବେ ଏଣିକି ପୁରୀ ସହରରେ ଅପରାଧୀଙ୍କୁ ବରଦାସ୍ତ କରାଯିବ ନାହିଁ । କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଷ୍ଟ ୱାଣ୍ଟେଡ ଥିବା ଅପରାଧୀଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ପୁରୀ ପୋଲିସ । ସବୁ ଅପରାଧୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ହୋଇଛି । ଖୁବ ଶିଘ୍ର ହାର୍ଡକୋର କ୍ରିମିନାଲଙ୍କୁ ଧରାଜିବ । ଏଥି ସହିତ ସହରରେ ପାଟ୍ରୋଲିଂ ଜୋରଦାର କରାଯିବ। ସହିତ ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁରୀ ଏସପି ଉମାଶଙ୍କର ଦାସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ