ETV Bharat / state

ରିଲେ ଅନଶନରେ IMAର ପୁରୀ ଶାଖା - IMA

ଆୟୁର୍ବେଦ ଡାକ୍ତରମାନେ 58 ଟି ମଡ଼ନ ଅପରେସନ ରୋଗୀମାନଙ୍କର ଶରୀରରେ କରିପାରିବେ ବୋଲି କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି।

IMAର ରିଲେ ହଙ୍ଗର ଷ୍ଟ୍ରାଇକ
IMAର ରିଲେ ହଙ୍ଗର ଷ୍ଟ୍ରାଇକ
author img

By

Published : Feb 1, 2021, 7:43 PM IST

ପୁରୀ: ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ)ର ପୁରୀ ଶାଖା ପକ୍ଷରୁ ରିଲେ ହଙ୍ଗର ଷ୍ଟ୍ରାଇକ ଅନୁଷ୍ଠିତ ହୋଇଛି । ଆୟୁର୍ବେଦ ଡ଼କ୍ଟରମାନେ 58 ଟି ମଡ଼ନ ଅପରେସନ ରୋଗୀମାନଙ୍କର ଶରୀରରେ କରିପାରିବେ ବୋଲି କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି।

ଏହି ନିଷ୍ପତ୍ତି ପ୍ରତିବାଦରେ ଏହି ଅନଶନ ଆରମ୍ଭ ହୋଇଛି। ସଙ୍ଘର ଅଭିଯୋଗ ରହିଛି ଯେ, ଆୟୁର୍ବେଦ ଡାକ୍ତରଙ୍କୁ ଯଦି ସର୍ଜରୀ , ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆଖି, ନାକ ଓ କାନ ଉପରେ କିଛି ଶିକ୍ଷା ନଥାଇ ସର୍ଜରୀ କରିବାକୁ ଅନୁମତି ଦିଆଯିବା ରୋଗୀଙ୍କୁ ଅଶେଷ କ୍ଷତି ପହଞ୍ଚାଇବା ସହ ସ୍ବାସ୍ଥ୍ୟକ୍ଷେତ୍ର ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିବ ।

IMAର ରିଲେ ହଙ୍ଗର ଷ୍ଟ୍ରାଇକ

ଏହି ନିଷ୍ପତ୍ତି କେନ୍ଦ୍ର ସରକାର ପରିବର୍ତ୍ତନ କରିବା ଦାବିରେ ଭାରତୀୟ ଚିକିତ୍ସକ ସଙ୍ଘର ସବୁ ଶାଖା ପକ୍ଷରୁ ସାରା ଭାରତରେ ଫେବୃଆରୀ 1 ରୁ 14 ତାରିଖ ଯାଏଁ ରିଲେ ଅନଶନ କରୁଛନ୍ତି। ଜନସାଧାରଣ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସଙ୍ଘ ଦାବି କରିଛି।

ପୁରୀ ଶାଖାର ସଭାପତି ଡ଼ାକ୍ତର ବାମଦେବ ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ଡ଼ାକ୍ଟର ଯୋଗ ଦେଇଛନ୍ତି । ଆୟୁର୍ବେଦ, ହୋମିଓପ୍ୟାଥିକ ଚିକିତ୍ସାକୁ ଏଲୋପଥିକରେ ନମିଶାଇ ବାକୁ ଦାବି କରାଯାଇଛି। ପୂର୍ବଭଳି ଏହା ସ୍ବତନ୍ତ୍ର ରଖିବାକୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.