ETV Bharat / state

ବାତ୍ୟା ଫନି ସହାୟତାକୁ ନେଇ ବିଜେପିର ଡେଲାଙ୍ଗ ତହସିଲ ଅଫିସ ସମ୍ମୁଖରେ ଧାରଣା - ପୁରୀ ବିଜେପିର ପ୍ରତିବାଦ

ଫନିକୁ ବିତିବାର ଦୀର୍ଘ ଦିନ ପରେ ମଧ୍ୟ ଡେଲାଙ୍ଗ ପ୍ରଶାସନ ଫନି ସହାୟତା ପ୍ରଦାନ କରିବାରେ ବିଫଳ । ଏହାକୁ ନେଇ ଡେଲାଙ୍ଗ ତହସିଲ ସମ୍ମୁଖରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଦଳର କର୍ମୀମାନେ ଧାରଣାରେ ବସିଛନ୍ତି । ପୂର୍ବରୁ ଏ ନେଇ ଅନେକ ପ୍ରତିଶୃତି ମିଳିଛି କିନ୍ତୁ ପୂରଣ ହୋଇନାହିଁ । ଅଧିକ ପଢନ୍ତୁ...

puri bjp protest in front of delang tahasil
ବାତ୍ୟା ଫନି ସହାୟତାକୁ ନେଇ ବିଜେପିର ଡେଲାଙ୍ଗ ତହସିଲ ଅଫିସ ସମ୍ମୁଖରେ ଧାରଣା
author img

By

Published : Dec 25, 2020, 4:11 AM IST

ପୁରୀ: ଫନିକୁ ବିତିବାର ଦୀର୍ଘ ଦିନ ପରେ ଫନି ସହାୟତା ପ୍ରଦାନ କରିବାରେ ପ୍ରଶାସନ ବିଫଳ । ଏହାକୁ ନେଇ ଡେଲାଙ୍ଗ ତହସିଲ ସମ୍ମୁଖରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଦଳର କର୍ମୀମାନେ ଧାରଣାରେ ବସିଛନ୍ତି ।

ବାତ୍ୟା ଫନି ସହାୟତାକୁ ନେଇ ବିଜେପିର ଡେଲାଙ୍ଗ ତହସିଲ ଅଫିସ ସମ୍ମୁଖରେ ଧାରଣା

ପୂର୍ବରୁ ବିଜେପି ତରଫରୁ ଡେଲାଙ୍ଗ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ହେଲେ ତହସିଲଦାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ପୁନର୍ବାର ବିଜେପି ତରଫରୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଧାରଣା ଦେଇଛି । ବିଜେପିର ଏହି ଧାରଣାରେ ଡେଲାଙ୍ଗ ଅଞ୍ଚଳ ବହୁ ଫନି କ୍ଷତିଗ୍ରସ୍ତ ସାମିଲ ହୋଇ ତହସିଲଦାରଙ୍କ ଫନି ପରିଚାଳନାକୁ ସମାଲୋଚନା କରିଛନ୍ତି । ଏହା ସହ ଯଦି ତହସିଲଦାର ସହାୟତା ପ୍ରଦାନ ନକରନ୍ତି ତେବେ ଆମେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବୁ ବୋଲି କହିଛନ୍ତି ଫନି ବିପନ୍ନ । ବିଜେପି ପକ୍ଷରୁ ଅନେକ ବାର ଅଭିଯୋଗ ହୋଇଥିଲେ ମଧ୍ୟ ତହସିଲଦାର ବିପନ୍ନଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ବେଳେ ଧାରଣା ସଭାରେ ଯଦି ତହସିଲଦାର ଯଥାଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ନକରନ୍ତି ତେବେ ଆମେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି ପଟ୍ଟନାୟକ ।

ବିଳମ୍ବରେ ହେଲେ ମଧ୍ୟ ଶେଷରେ ତହସିଲଦାର ଧାରଣା ସ୍ଥଳକୁ ଆସି ବିପନ୍ନଙ୍କ ଠାରୁ ଆବେଦନ ଗ୍ରହଣ କରିଛନ୍ତି । ଏହା ସହ ଆଶ୍ରିତ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଆସନ୍ତା 20 ଦିନ ଭିତରେ ଦାବୀ ପୂରଣ କରିବାକୁ ଚେଷ୍ଟା କରିବି ବୋଲି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.