ETV Bharat / state

ପୁରୀରେ ସୁଧୁରିବ ଡ୍ରେନେଜ୍ ବ୍ୟବସ୍ଥା, ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 16, 2023, 1:15 PM IST

ଡ୍ରେନେଜ ବ୍ୟବସ୍ଥା ସୁଧାରିବା ନେଇ ରାଜ୍ୟ ସରକାର 22ଶହ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଅଧିକ ପଢନ୍ତୁ

water drainage problem solved soon
ପୁରୀରେ ସୁଧୁରିବ ଡ୍ରେନେଜ୍ ବ୍ୟବସ୍ଥା,

ପୁରୀରେ ସୁଧୁରିବ ଡ୍ରେନେଜ୍ ବ୍ୟବସ୍ଥା

ପୁରୀ: ଜିଲ୍ଲାରେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା । ଏବେ ଏହି ବ୍ୟବସ୍ଥାରେ ସୁଧାର ଆସିବ । ଆଉ ହନ୍ତସନ୍ତ ହେବେ ନାହିଁ ଜିଲ୍ଲାବାସୀ । ଡ୍ରେନେଜ ବ୍ୟବସ୍ଥା ସୁଧାରିବା ନେଇ ରାଜ୍ୟ ସରକାର 22ଶହ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।

ଆଗାମୀ ଦିନରେ ପୁରୀ ଜିଲ୍ଲାରେ ବନ୍ୟାଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ ଅସୁବିଧା ହେବ ନାହିଁ। ଡ୍ରେନେଜ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22 ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ମହେଶ୍ବର ମହାନ୍ତି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଚାଷ ଜମି ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକ୍ରିୟା ତ୍ବରାନ୍ବିତ ନେଇ ଡ୍ରେନେଜ ପୁନଃରୁଦ୍ଧାର କାର୍ଯ୍ୟକ୍ରମ କରାଯାଇଛି ।

୫ ବର୍ଷ ପାଇଁ ଏହି ଯୋଜନା କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ପୁରୀ ଜିଲ୍ଲାରେ ୧୧୦୦ କିଲୋମିଟର ଡ୍ରେନେଜ କାମ କରାଯାଇ ୧୭୧୩୦ ହେକ୍ଟର ଜମି ଜଳବନ୍ଦୀ ମୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ପୁରୀ ଜିଲ୍ଲା ଏକ ପ୍ରମୁଖ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ମାଧ୍ୟମରେ ଚାଷୀ ମାନେ ବେଶ ଉପକୃତ ହୋଇପାରିବେ । ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ପିପିଲି ବିଧାୟକ ରୁଦ୍ର ମହାରଥୀ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ପୁରୀ ଜିଲ୍ଲାରେ ବନ୍ୟା ଆସିଲେ ଅଥବା ପ୍ରବଳ ବର୍ଷା ବନ୍ୟା ଓ ବର୍ଷା ଜଳରେ ହଜାର ହଜାର ହେକ୍ଟର ଜମି ଜଳରେ ଦୀର୍ଘ ଦିନ ବୁଡ଼ି ରହୁଛି । ବିଶେଷ କରି ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ଠିକ ନ ଥିବାରୁ ଏହି ପରିସ୍ଥିତି ଉପୁଜୁଛି । ଚାଷ ଜମିରେ ଦୀର୍ଘ ଦିନ ଜଳ ଜମି ରହୁଥିବା ହେତୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହା ଦ୍ବାରା ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ପରେ ମୁଖ୍ୟମନ୍ତ୍ରୀ ଏହୀ ସମସ୍ୟାକୁ ହୃଦୟଙ୍ଗମ କରି ଚାଷୀଙ୍କ ସୁବିଧା ପାଇଁ ତଥା ଚାଷ ଜମିରେ ରହୁଥିବା ଜଳକୁ ନିଷ୍କାସନ ନେଇ ଆର୍ଥିକ ବ୍ୟବସ୍ଥା କରିଥିବାରୁ ଏହା ବେଶ୍ ଫଳପ୍ରଦ ହେବ ବୋଲି ବିଜେଡ଼ି ନେତା କହିଛନ୍ତି ।

ଖାଲି ପୁରୀ ନୁହେଁ ଅନ୍ୟ 9ଟି ଉପୂକଳବର୍ତ୍ତୀ ଜିଲ୍ଲାର ଜଳ ନିଷ୍କାସନ ସମସ୍ୟା ସୁଧାରିବା ପାଇଁ ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେଥିରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ମଧ୍ୟ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.