ETV Bharat / state

2024 ଫାଇଟ: ମହେଶ୍ଵର ମହାନ୍ତିଙ୍କ ଘର ସଜଡା, ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

author img

By

Published : Feb 23, 2023, 12:24 PM IST

2024 ସାଧାରଣ ନିର୍ବାଚନ ପାଇଁ ପୁରୀ ବିଜେଡି ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

puri bjp preparation for 2024 general election
ଘର ସଜାଡୁଛନ୍ତି ବିଜେଡି ବରିଷ୍ଠ ନେତା ମହେଶ୍ଵର ମହାନ୍ତି
puri bjd preparation for 2024 general election

ପୁରୀ: 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ବରିଷ୍ଠ ନେତା ମହେଶ୍ଵର ମହାନ୍ତିଙ୍କ ଘର ସଜଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କଂଗ୍ରେସ ଶତାଧିକ କର୍ମୀ ଓ ନେତାଙ୍କୁ ବିଜେଡିରେ ସାମିଲ କରିଛନ୍ତି ମହେଶ୍ଵର ମହାନ୍ତି । ଶକ୍ତି ବୃଦ୍ଧି କରିବା ପାଇଁ ପୁରୀରେ ବିଭିନ୍ନ ଦଳର ଟାଣୁଆ ନେତାଙ୍କୁ ବିଜେଡିରେ ସାମିଲ କରାଉଥିବା କହିଛନ୍ତି । 2019 ନିର୍ବାଚନରେ ମହେଶ୍ଵର ମହାନ୍ତି ପୁରୀ ସଦର ଆସନରେ ପରାସ୍ତ ହୋଇଥିଲେ । ସେହି ଆସନରେ ବିଜେପି ବାଜିମାତ କରିଥିଲା । ମହେଶ୍ଵରଙ୍କ କିଛି ଖାସ ଲୋକ ଗୃହ ଶତ୍ରୁ ବିଭୀଷଣ ହୋଇ ବିଜେପିକୁ ସାହାଯ୍ୟ କରିବାରୁ ମହେଶ୍ଵର ପରାସ୍ତ ହୋଇଥିବା କୁହାଯାଉଛି ।

ଆଗାମୀ ନିର୍ବାଚନରେ ପୁନର୍ବାର ଏଭଳି ଘଟଣା ଯେଭଳି ନ ଘଟେ ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ବକୁ ଗ୍ରହଣ କରି ପୁରୀ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୂର୍ବତନ ଟାଣୁଆ ନେତା ହରିହର ପାଢ଼ୀ, ବିରେନ୍ଦ୍ର ଭୂଷଣ ହୋତା, ଅଭିମନ୍ୟୁ ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମୀ ହାତ ଛାଡି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ଜନ ସମର୍ଥନ ହ୍ରାସ ଯୋଗୁଁ ସତ୍ତା ହରାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା କାର୍ଯ୍ୟକୁ ସମର୍ଥନ କରି ବିଜେଡିରେ ସାମିଲ ହୋଇଥିବା ଜଣେ କର୍ମୀ କହିଛନ୍ତି ।

ପୁରୀ ଜିଲ୍ଲା ନରେନ୍ଦ୍ରକୋଣ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୁରୀ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବ ବୋଲି ମହେଶ୍ଵର ଓ ବିଜେଡିର ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ତେବେ 2019ରେ ଜିତିଥିବା ବିଜେପି ବିଧାୟକ ଗତ 4 ବର୍ଷ ହେବ ପୁରୀ ସହରରେ କୌଣସି ଉନ୍ନତିମୂଳକ କାମ କରିନାହାନ୍ତି । ଜିଲ୍ଲାର ଯାହା କିଛି ଉନ୍ନତି ହୋଇଛି ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ସମୟରେ ହିଁ ହୋଇଥିବା କହିଛନ୍ତି ଦଳର କର୍ମୀ ।

ତେଣୁ ଜିଲ୍ଲାରେ ବିଜେଡି ସଙ୍ଗଠନକୁ ଦୃଢ କରି ମହେଶ୍ଵର ମହାନ୍ତିଙ୍କ ନେତୃତ୍ବରେ ଦଳକୁ ଜିତାଇବା ନେଇ ପ୍ରୟାସ କରିବେ ବୋଲି ଦଳରେ ଯୋଗ ଦେଇଥିବା କଂଗ୍ରେସ ନେତା ଓ କର୍ମୀ କହିଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ, ନଗର ସଭାପତି ସବ୍ୟସାଚୀ ମହାପାତ୍ର, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ସୁନୀଲ ମହାନ୍ତି, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନାରାୟଣ ପଟ୍ଟନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜେଶ ରଥ, ପୁରୀ ସଦର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ସୁଧାଂଶୁ ସାହୁ, ପୂର୍ବତନ କାଉନସିଲର ପ୍ରଦୀପ୍ତ କୁମାର ନାୟକ ଓ ଅନ୍ୟ ସାଙ୍ଗଠନିକ ନେତା ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ପ୍ରଶାସନ ଓ ବିକାଶବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇ ଥିବା କଂଗ୍ରେସ ନେତା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.