ETV Bharat / state

ପୁରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ - ବ୍ୟାଙ୍କର ସମନ୍ବୟ କମିଟି ବୈଠକ

ପୁରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ପୁରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

author img

By

Published : Dec 18, 2020, 9:25 AM IST

ପୁରୀ:ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ । ପୁରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ପୁରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ସ୍ବୟଂ ସହାୟକ ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, କୃଷି ଓ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଆର୍ଥିକ ସହାୟତା ସଂକ୍ରାନ୍ତୀୟ ପଦକ୍ଷେପକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଣ ସଂକ୍ରନ୍ତୀୟ ଦରଖାସ୍ତ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

ବିଶେଷକରି କୃଷି କ୍ଷେତ୍ରକୁ ଅଧିକ ରଣ ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବେ ବ୍ୟାଙ୍କ ଗୁଡିକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଦେଣନେଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇ କୃଷକ ମାନଙ୍କ ଆୟବୃଦ୍ଧିରେ ସହାୟକ ହେବ । ଜିଲ୍ଲା ସମନ୍ବୟ କମିଟି ବୈଠକର ନିଷ୍ପତ୍ତି ପାଳନ କରିବାକୁ ବ୍ୟାଙ୍କ ମାନଙ୍କୁ କୁହାଯାଇଛି ।

ଲକ୍ଷ୍ୟ ହାସଲକାରୀ ବ୍ୟାଙ୍କ ଗୁଡିକୁ ପୁରସ୍କୃତ କରାଯିବ । ବ୍ୟାଙ୍କ ଗୁଡିକ ମିଶନଶକ୍ତି, ଓଡିଶା ଜୀବିକା ମିଶନ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ମାନଙ୍କ ସହ ଦୈନନ୍ଦିନ ବୈଠକ କରି ବିଭିନ୍ନ ଯୋଜନା ସଂକ୍ରାନ୍ତୀୟ ସହାୟତା ଉପରେ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତି ରଞ୍ଜନ ସେନ, ଏଲଡିଏମ ବ୍ରଜ କିଶୋର ମହାନ୍ତି, ଡିଆଇସି ମ୍ୟାନେଜର, ବିଭିନ୍ନ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.