ETV Bharat / state

Woman Burns Step Daughter: ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୩ ଅଟକ, ଗିରଫ ହୋଇଥିଲା ବାପା

author img

By

Published : Jan 12, 2023, 9:25 AM IST

ପୁରୀ ଗୋପରେ ବାପା ଓ ସାବତ ମାଆ ମିଶି ଝିଅକୁ ହତ୍ୟା କରିବା ଘଟଣା (Woman burns step Daughter at Gop of Puri) । ତଦନ୍ତ ଚାଲିଥିବା ନେଇ ପୋଲିସର ସାମ୍ବାଦିକ ସମ୍ମିଳନୀ । ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୩ ଅଟକ । ମଙ୍ଗଳବାର ବାପାକୁ ଗିରଫ କରିଥିବା ପୋଲିସ । ଅଧିକ ପଢ଼ନ୍ତୁ

ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି
ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି
ବାପା ଓ ସାବତ ମାଆ ମିଶି ଝିଅକୁ ହତ୍ୟା କରିବା ଘଟଣା

ପୁରୀ: ସାନ ଝିଅକୁ ସାବତ ମାଆ ଓ ବାପା ହତ୍ୟା କରି ପୋଡିଦେଇଥିବା ଘଟଣାରେ ପୋଲିସ ମୃତକଙ୍କ ବାପା ଦୁର୍ଗା ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଝିଅକୁ ପୋଡିଦେବାରେ ସାହାଯ୍ୟ କରିଥିବା କୁହାଯାଉଥିବା ୩ ଜଣ ବ୍ୟକ୍ତି ଶିବ ମହାରଣା, ସୁଶାନ୍ତ ମହାରଣା ଓ ନକୁଳ ମହାରଣାଙ୍କୁ ଗୋପ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିବା ସାବତ ମାଆ ଓ ସାବତ ମାମୁଁ ବିଷୟରେ ତଦନ୍ତ ଚାଲିଛି । ସଂପୃକ୍ତି ଥିଲେ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ମୃତ ମୋନାଲିକୁ ପୋଡିବା ଘଟଣାରେ ଆହୁରି କିଛି ଲୋକ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ଅଧିନ ବିଜିପୁର ଗାଁରେ ଗତ ୭ ତାରିଖରେ ଦୁର୍ଗା ମହାରଣା ଓ ତାଙ୍କ ଦ୍ବିତୀୟ ପତ୍ନୀ, ପତ୍ନୀଙ୍କ ଭାଇ ମିଶି ନିଜ ସାନ ଝିଅ ମୋନାଲି ମହାରଣାଙ୍କୁ ହତ୍ୟା କରି ଗାଁ ନିକଟରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ମୃତ ମୋନାଲିଙ୍କ ବଡ ଭଉଣୀ ରଶ୍ମିତା ମହାରଣା ଗୋପ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପରେ ଗୋପ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ମୃତଦେହ ପୋଡ଼ା ଯାଇଥିବା ସ୍ଥାନରୁ ପାଉଁଶ, ଅସ୍ଥି ଜବତ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି । ତେବେ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ଯେକେହି ସମ୍ପୃକ୍ତ ଥିବ, ପୋଲିସ୍ ଗିରଫ କରିବ ବୋଲି ପୁରୀ ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେପଟେ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ତାଙ୍କ ସାବତ ମାଆ, ସାବତ ମାଆଙ୍କ ଭାଇଙ୍କ ସହ ମୃତଦେହ ପୋଡ଼ିବା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ମୃତ ମୋନାଲିଙ୍କ ବଡ ଭଉଣୀ ରଶ୍ମିତା ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.