ETV Bharat / state

ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

author img

By

Published : Jun 9, 2020, 8:04 PM IST

ମହାପ୍ରଭୁ ଅଣସର ପିଣ୍ଡିରେ ଅଣସର ସେବା ପାଉଛନ୍ତି । ବୁଧବାର ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗିର ପରମ୍ପରା ରହିଛି ।

puri anasara niti details
puri anasara niti details

ପୁରୀ: ମହାପ୍ରଭୁ ଅଣସର ପିଣ୍ଡିରେ ଅଣସର ସେବା ପାଉଛନ୍ତି । ମହାପ୍ରଭୁ ଜ୍ବରରେ ଆକ୍ରାନ୍ତ ଥିବାବେଳେ ତାଙ୍କର ଉପଚାର କରୁଛନ୍ତି ଦଇତାପତି ସେବାୟତ । ମଙ୍ଗଳବାର ମହାପ୍ରଭୁଙ୍କ ଅଣସର ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ଯିବାର ପରମ୍ପରା ରହିଛି ।

ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ଆଜି ଠାରୁ ମହାପ୍ରଭୁଙ୍କ ଅସୁସ୍ଥ ଶରୀରର ଉପଚାର ଆରମ୍ଭ ହେବ । ବୁଧବାର ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗିର ପରମ୍ପରା ରହିଛି । ବଡ ଓଡ଼ିଆ ମଠରୁ ଏହି ସ୍ବତନ୍ତ୍ର ପ୍ରସ୍ତୁତ ତେଲ ଆସିବ । ଏହା ଲାଗି ଦ୍ବାରା ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେବେ । ତେବେ ମହାପ୍ରଭୁ ଅସୁସ୍ଥ ଥିବାବେଳେ ପରମ୍ପରା ଅନୁଯାୟୀ ଅଣସରରେ କ୍ଷୀର, ଛେନା, ସର, ଫଳ ଆଦି ମହାପ୍ରଭୁଙ୍କ ନିକଟରେ ଭୋଗ ହୁଏ । ଅନ୍ୟପଟେ ମହାପ୍ରଭୁଙ୍କ ସ୍ଥାନରେ ପଟି ଦିଅଁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି । ମହାପ୍ରଭୁ ରତ୍ନ ସିଂହାସନରେ ଥିବାବେଳେ ଯାହା ନୀତିକାନ୍ତି ହୋଇଥାଏ ତାହା ଏବେ ପଟି ଦିଅଁଙ୍କ ନିକଟରେ ପୂଜାର୍ଚ୍ଚନା ଚାଲିଛି ।

ସେହିପରି ଅନ୍ନ ମହାପ୍ରସାଦ ବି ପଟି ଦିଅଁଙ୍କ ନିକଟରେ ଭୋଗ ଲାଗିଥାଏ । ତେବେ ମହାପ୍ରଭୁଙ୍କ ଅଣସର ସେବା କିଭଳି ଚାଲିଛି ଆସନ୍ତୁ ଜାଣିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଂଜନ ପଣ୍ଡାଙ୍କ ଠାରୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.