ETV Bharat / state

ଶ୍ରୀମନ୍ଦିର ଆନନ୍ଦବଜାର ଫଟୋ ଭାଇରାଲ ମାମଲା: ଅଭିଯୁକ୍ତ ଗିରଫ

author img

By

Published : Oct 7, 2019, 7:25 PM IST

Updated : Oct 7, 2019, 10:22 PM IST

ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଭାଇରାଲ ଘଟଣା । ତଦନ୍ତ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବାଶିଷ ସିଂଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଫଟୋ ଭାଇରାଲ ଘଟଣା । ଉକ୍ତ ଘଟଣାର ତଦନ୍ତ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଦେବାଶିଷ ସିଂକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନାନୁସାରେ, ଆନନ୍ଦବଜାରରେ ଫଟୋ ଭାଇରାଲ ଘଟଣାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥିଲା । ଏହା ପରେ ପୋଲିସ ପୁରୀ କୁମ୍ଭାରପଡାର ଦେବାଶିଷ ସିଂ ଏବଂ ନୟାଗଡ ଫତେଗଡର ରାଜା ଦଳେଇଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଗିରଫ ଦେବାଶିଷ ଉକ୍ତ ଫଟୋକୁ ନିଜ ହ୍ବାଟସଆପର ପ୍ରଫାଇଲ ଫଟୋରେ ରଖିଥିଲେ । ତେବେ ସେ କିଭଳି ମୋବାଇଲ ଫୋନ ଶ୍ରୀମନ୍ଦିର ଭିତରକୁ ନେଇ ସେଲଫି ନେଇଥିଲା ସେ ନେଇ ପୋଲିସ ମନ୍ଦିରର ସିସିଟିଭି ଫୁଟେଜ ଅନୁଧ୍ୟାନ କରୁଛି ।

ରବିବାର ଶ୍ରୀମନ୍ଦିର ଆନନ୍ଦ ବଜାର ମଧ୍ୟରେ କିଛି ଲୋକ ପ୍ରସାଦ ସେବନ କରୁଥିବା ଫଟୋ ଭାଇରାଲ ହୋଇଥିଲା । ମନ୍ଦିରରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ମୋବାଇଲ ଭିତରକୁ ଗଲା ତାକୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଏଥିସହିତ ପୋଲିସ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ନେଇ ସମ୍ବେଦନଶୀଳ ନଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ପରେ ଆଗାମୀ ଦିନରେ 4 ଦ୍ବାରରେ ଚେକିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ଶ୍ରୀମନ୍ଦିର ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ଆନନ୍ଦ ବଜ଼ାର ଫୋଟୋ ଭାଇ ରାଲ ରେ 2 ଜଣ ଅଟକ

Body:ଶ୍ରୀମନ୍ଦିର ଆନନ୍ଦ ବଜ଼ାର ଫୋଟୋ ଭାଇ ରାଲ ଘଟଣାରେ ରେ 2 ଜଣ ଅଟକ । ସିଂହ ଦ୍ୱାରା ଥାନା ରେ 2 ଜଣ ମୁଖ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଅଟକ ରାଖୀ ପଚରା ଉଚରା କରୁଛି। ସେମାନେ ହେଲେ ପୁରୀ କୁମ୍ଭାର ପଡା ର ଦେବାଶିଷ ସିଂ, ନୟାଗଡ଼ ଫତେଗଡ଼ ର ରାଜା ଦଳେଇ। ଏହି ଦୁଇ ଜଣ ଙ୍କୁ ପୋଲିସ ଅଟକ ରଖି କୀଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ଗଲା , କିଏ ମୋବାଇଲ ନେବାରେ ସାହାଯ୍ୟ କରିଥିଲା ସେ ନେଇ ପଚରା ଉଚରା କରୁଛି। ତେବେ ଉକ୍ତ ଭାଇ ରାଲ ଫୋଟୋ ରେ ଓଲିଉଡ ର ଜଣେ ଅଭିନେତ୍ରୀ ଙ୍କ ଫୋଟୋ ଥିବା ବେଳେ ସେ ଭାଇ ରାଲ କରିଥିବା ଚର୍ଚ୍ଚା ହୋଇ ଥିଲା। ତେବେ ପୁରୀ sp ଙ୍କ କହିବା କଥା ଉକ୍ତ ଫୋଟୋ ଥିବା ବ୍ୟକ୍ତି ଯେ ଭାଇ ରାଲ କରିଥିବେ ତାଙ୍କୁ ଦୋଷ ଦେଇ ହେବ ନାହିଁ। ଯିଏ ଭାଇ ରାଲ କରିଛି ଉକ୍ତ ବ୍ୟକ୍ତି କୁ ଦୋଷୀ ଭାବେ ଧରାଜୀବ। ଗତକାଲି ଶ୍ରୀମନ୍ଦିର ଆନନ୍ଦ ବଜ଼ାର ଭିତରେ କିଛି ଲୋକ ପ୍ରସାଦ ସେବନ କରୁଥିବା ଫୋଟୋ ଭାଇ ରାଲ ହୋଇ ଥିଲା। ତେବେ ଏତେ କଡା ନିରାପତ୍ତା ବ୍ୟବସ୍ଥା ଭିତରେ କିଭଲି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଗଲା ତାକୁ ବିଭି ନ ମହଲରେ ପ୍ରଶ୍ନ ଉଠିବା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୋଲିସ ଜମା ସଂବେଦନଶୀଳ ନ ଥିବା ଅଭିଯୋଗ ହୋଇଥିଲା। ତେବେ ଅଗାମୀ ଦିନରେ 4 ଦ୍ୱାର ରେ ଚେକିଂ ବ୍ୟବସ୍ଥା ଆହୁରି ସୁଦୃଢ ହେବ। ସେ ନେଇ ଡ୍ୟୁଟି ରେ ଥିବା ପୋଲିସ କର୍ମଚାରୀ ଙ୍କୁ ନିର୍ଦେଶ ଦିଆଯାଇଛି ବୋଲୀ ପୁରୀ sp କହିଛନ୍ତି

ବାଇଟ,, ଉମାସଙ୍କର ଦାସ , ପୁରୀ sp

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
Last Updated : Oct 7, 2019, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.