ETV Bharat / state

Samrat Market Complex Fire Case: ମହାପ୍ରଭୁଙ୍କ ଜମି ଜବରଦଖଲକାରୀଙ୍କୁ ପ୍ରଶାସନର ନୋଟିସ

ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ କମ୍ପ୍ଲେକ୍ସ ମାଲିକଙ୍କୁ ନୋଟିସ କରିଛି ପୁରୀ ପ୍ରଶାସନ । ଏପର୍ଯ୍ୟନ୍ତ ମାଲିକଙ୍କ ଦେଖା ମିଳିନାହିଁ । ମାର୍କେଟ କମ୍ପ୍ଲେକ୍ସ ଛିଡା ହୋଇଥିବା ଜମିଟି ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଥିବା ବେଳେ ମାତ୍ର ୩ ଡିସିମିଲି ମାଲିକ ନାଁରେ ରହିଛି । ଅଧିକ ପଢନ୍ତୁ

author img

By

Published : Mar 16, 2023, 6:20 PM IST

Samrat Market Complex Fire Case: ମହାପ୍ରଭୁଙ୍କ ଜମି ଜବରଦଖଲ ପାଇଁ ପ୍ରଶାସନର ନୋଟିସ

ପୁରୀ: ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ବେଆଇନ ଭାବେ ମହାପ୍ରଭୁଙ୍କ ଜମି ହାତେଇ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ । ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ଆଠଦିନ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ମାଲିକଙ୍କ ଦେଖା ମିଳିନାହିଁ । ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ମାଲିକ ବେଆଇନ ଭାବେ ଶ୍ରୀମନ୍ଦିର ଜମି ହାତେଇ ଥିବାରୁ ଏନେଇ ତାଙ୍କ ବିରୋଧରେ ତହସିଲଦାର ଏନକ୍ରୋଚ୍‌ମେଣ୍ଟ ମାମଲା ରୁଜୁ ହୋଇଛି। ଏଥିସହ କମ୍ପ୍ଲେକ୍ସ ମାଲିକଙ୍କୁ ଗତକାଲି ତହସିଲଦାର ନୋଟିସ କରିଛନ୍ତି ।

କେଉଁ ଆଧାରରେ କମ୍ପ୍ଲେକ୍ସ ମାଲିକ ମହାପ୍ରଭୁଙ୍କ ଜମି ଦଖଲ କରିଥିଲେ, ତାଙ୍କ ପାଖରେ କ'ଣ ପ୍ରମାଣ ପତ୍ର ରହିଛି ଏବଂ ଜମି ସମ୍ପର୍କିତ ରେକର୍ଡ ଆଦି ଆସନ୍ତା ୨୩ ତାରିଖ ସୁଦ୍ଧା ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ମାଲିକାନା ସ୍ବର୍ଗତ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ତିନି ପୁଅ ଚନ୍ଦ୍ରଶେଖର ମହାନ୍ତି, ସୁରେନ୍ଦ୍ର ମହାନ୍ତି ଓ ରାଜେନ୍ଦ୍ର ମହାନ୍ତିଙ୍କ ନାମରେ ରହିଛି । ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବାରୁ ତହସିଲଦାର ସେମାନଙ୍କୁ ଗତକାଲି ନୋଟିସ କରିଛନ୍ତି । ତିନି ପୁଅଙ୍କ ମଧ୍ୟରେ ବଡ଼ପୁଅ ଚନ୍ଦ୍ରଶେଖର ମହାନ୍ତି ଦୋକାନୀଙ୍କଠାରୁ ସିକ୍ୟୁରିଟି ଟଙ୍କା ରଖିବା ସହ ମାସିକ ଭଡ଼ା ନେଉଥିଲେ ।

ତେବେ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିବା ପରଠାରୁ ମାଲିକ କେଉଁ ଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ମାର୍କେଟ କମ୍ପ୍ଲେକ୍ସ ଛିଡା ହୋଇଥିବା ଜମିଟି ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଥିବା ବେଳେ ମାତ୍ର ୩ ଡିସିମିଲି ମାଲିକ ନାଁରେ ରହିଛି । ମହାପ୍ରଭୁଙ୍କ ଜମି କିଭଳି ଫେରି ଆସିବ ସେନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ତହସିଲଦାରଙ୍କୁ ପୂର୍ବରୁ ଏକ ଚିଠି ଲେଖିଥିଲେ । ଏବେ ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଆଇନ ଅନୁଯାୟୀ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଦୀର୍ଘ 37 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ ହେଇଥିଲା ସମ୍ରାଟ କମ୍ପ୍ଲେକ୍ସ ଭୟଙ୍କର ଅଗ୍ନିକାଣ୍ଡ । ଗତ ବୁଧବାର ସନ୍ଧ୍ୟା 8ଟା ବେଳେ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁଚାହୁଁ ନିଆଁ ଭୀଷଣ ରୂପ ଧାରଣ କରି ଗ୍ରାଉଣ୍ଡ ଫ୍ଲୋର୍‌ ସହ ପ୍ରଥମ ମହଲାକୁ ମଧ୍ଯ ମାଡ଼ି ଯାଇଥିଲା ନିଆଁ। ମାର୍କେଟ କମ୍ପ୍ଲେକ୍ସର କେବଳ ଗୋଟିଏ ପ୍ରବେଶ ଦ୍ଵାର ଥିବା ବେଳେ ପ୍ରବଳ ବିଷାକ୍ତ ଧୂଆଁ ଯୋଗୁଁ ଅଗ୍ନିଶମ ବାହିନୀ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ପାରିନଥିଲା । ଫଳରେ ନିଆଁ ଅଣାୟତ୍ତ ହୋଇ ସବୁ ଦୋକାନକୁ ବ୍ୟାପି ଯାଇଥିଲା । ପରେ ଏହାକୁ ନିୟନ୍ତ୍ରଣ କରିବାକୁ ଭୁବନେଶ୍ଵରରୁ ସ୍ଵତନ୍ତ୍ର ଅଗ୍ନିଶମ ଟିମ, ଓଡ୍ରାଫ ଟିମ ବିଭିନ୍ନ ଅତ୍ୟାଧୁନିକ ମେସିନ ସରଞ୍ଜାମ ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

ନିଆଁକୁ ଆୟତ କରିବାର ସବୁ ଚେଷ୍ଟା ବିଫଳ ହେବା ପରେ ମାର୍କେଟ କମ୍ପ୍ଲେକ୍ସର ପଛ ପଟ କାନ୍ଥ ଭଙ୍ଗାଯାଇ ଭିତରକୁ ପ୍ରବେଶ କରି ନିଆଁକୁ ଧୀରେଧୀର ଆୟତ କରିଥିଲେ ଅଗ୍ନିଶମ କର୍ମଚରୀ ଓ ଓଡ୍ରାଫ ଟିମ । ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା, ଚାରି ପାଖରେ ଖୋଲା ସ୍ଥାନ ନଥିଲା, ଅଣ ଓସାରିଆ ରାସ୍ତା ଯୋଗୁଁ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସ୍ଥଳରେ ନପହଞ୍ଚିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଲା । ତେବେ ନିଆଁ ସିନା ଲିଭି ଯାଇଥିଲା ଉଜାଡି ଦେଇ ଯାଇଛି ଅନେକ ଲୋକଙ୍କ ଜୀବନ ଜୀବିକା । ଦୋକାନରେ ଥିବା ସମସ୍ତ ଡ୍ରେସ୍‌ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଜୋତା ଦୋକାନ, ସୁନା ଦୋକାନ, ଟେଲର, ବିୟୁଟି ପାର୍ଲର, ଷ୍ଟେସନାରୀ ଦୋକାନ ଆଦି ମୋଟ 45ଟି ଦୋକାନ ଏହି ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ବ୍ୟାପକ କ୍ଷତି ହୋଇଛି । ଲକ୍ଷଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣିଥିବା ବ୍ୟବସାୟୀ ଏବେ କିଭଳି ଋଣ ଶୁଝିବେ ସେନେଇ ଚିନ୍ତାରେ । ସେପଟେ ତହସିଲଦାର କହିଛନ୍ତି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପରେ ଯାହା କିଛି ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.