ETV Bharat / state

ଆଶୀର୍ବାଦ ଯୋଜନା: ୧୧୭ ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା - ୧୧୭ ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଆଶୀର୍ବାଦ ଯୋଜନା: ୧୧୭ ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା

author img

By

Published : Aug 28, 2021, 9:34 PM IST

ପୁରୀ: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ଅସହାୟ ଓ ଅନାଥ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଆଶୀର୍ବାଦ ଯୋଜନା: ୧୧୭ ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା

ମନ୍ତ୍ରୀ ପିଲାଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ସହଯୋଗ ଯୋଗାଇ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ତେବେ ଏହି ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନେ ସରକାରୀ ଓ ବେସରକାରୀ ସ୍କୁଲରେ ମାଗଣା ଶିକ୍ଷାଦାନ, ପୁସ୍ତକ ଓ ପୋଷାକ ପ୍ରଦାନ କରାଯିବା ସହ ସେମାନଙ୍କୁ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସାମିଲ କରାଯାଇ ସମସ୍ତ ସହଯୋଗ ପାଇପାରିବା ନେଇ ବ୍ୟବସ୍ଥା କରାଯାଇଛି । ତେବେ ଏପ୍ରିଲ ୨୦୨୦ ମସିହା ପରଠାରୁ ଯେଉଁ ପିଲାଙ୍କ ବାପା ଓ ମା ଉଭୟ କୋଭିଡ ଓ ଅଣ-କୋଭିଡରେ ମୃତ୍ୟୁ ବରଣ କରିଥିବେ ସେମାନଙ୍କ ପାଇଁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୨୫ ଶହ ଟଙ୍କା ପ୍ରଦାନ କରାଯିବ । ଯଦି ସମ୍ପୃକ୍ତ ପିଲାମାନେ ନିଜ ଘରେ ରହିବାର କିଛି ସମସ୍ୟା ଥାଏ ତେବେ ସେମାନଙ୍କୁ ସରକାରୀ ଭାବେ ମାଗଣାରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ଏବଂ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ମାସିକ ପ୍ରଦାନ କରାଯିବ । ଯାହାଙ୍କ ଘରୁ ବାପା ମା’ଙ୍କ ମଧ୍ୟରୁ ରୋଜଗାରକ୍ଷମ ବ୍ୟକ୍ତି ମୃତ୍ୟୁବରଣ କରିଥିବେ ସେମାନଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ପ୍ରାଥମିକ ଭାବେ ଏହି ଯୋଜନାରେ ସାମିଲ ପାଇଁ ୫୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୬୯ ଜଣଙ୍କ ସମ୍ପର୍କରେ ସର୍ବେକ୍ଷଣ ଶେଷ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୧୭ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥାର ୨୪ ଜଣ, ବ୍ରହ୍ମଗିରିର ୨୬, ସତ୍ୟବାଦୀ ୨ଜଣ, ନିମପଡା ୧୮, କାକାଟପୁର ୬, ପୁରୀ ସଦର ୩, ପିପିଲି ୮, କଣାସ ୩, କୃଷ୍ଣପ୍ରସାଦ ୧୨, ଡେଲାଙ୍ଗ ୭, ଗୋପ ୩ ଓ ଅସ୍ତରଙ୍ଗର ୫ ଜଣ ସାମିଲ ଅଛନ୍ତି ।

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସମ୍ପୃକ୍ତ ବ୍ଲକରେ ବିଡିଓ ମାନଙ୍କ ସହ ହିତାଧିକାରୀମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.