ବ୍ରହ୍ମଗିରି: କୋରୋନା ଭଳି ମହାମାରୀ ସମୟରେ ସାଧାରଣ ଖାଉଟି ଦ୍ରବ୍ୟ ଏବଂ ପେଟ୍ରୋଲ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । ବ୍ରହ୍ମଗିରି ବ୍ଲକ କଂଗ୍ରେସ ପକ୍ଷରୁ ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ମୋଦି ସରକାରଙ୍କ ବିରୁଦ୍ଧରେ ସାରା ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର (Essential Commodities) ଦରବୃଦ୍ଧି ଯୋଗୁଁ ସାଧାରଣ ଖାଦ୍ୟ ସାମଗ୍ରୀ ସମେତ ଦେଶରେ ତୈଳବୃଦ୍ଧି ନେଇ ବିକ୍ଷୋଭ ଡ଼ାକରାରେ ବ୍ରହ୍ମଗିରିର ବିଧାୟକ ପ୍ରାଥୀ ଉମାକାନ୍ତ ବରାଳଙ୍କ ନେତୃତ୍ବରେ ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ