ETV Bharat / state

କୋଭିଡ ସହାୟତା ନଦେଲେ ବନ୍ଦ ହେବ ସାକ୍ଷୀଗୋପାଳଙ୍କ ଦେବନୀତି

author img

By

Published : Dec 13, 2020, 11:31 AM IST

Updated : Dec 14, 2020, 3:48 PM IST

ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କୁ ତୁରନ୍ତ କୋଭିଡ ସହାୟତା ପ୍ରଦାନ ସହିତ ସମସ୍ୟାର ସମାଧାନ କରା ନ ଗଲେ ଆସନ୍ତା 15 ତାରିଖରୁ ଦେବ ନୀତି ବନ୍ଦ କରାଯିବ ବୋଲି ସାକ୍ଷୀଗୋପାଳ ସେବାୟତ ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ...

ସାକ୍ଷୀ ଗୋପାଳ ମନ୍ଦିର ସେବାୟତଙ୍କ ଆନ୍ଦୋଳନ ଚେତାବନୀ

ପୁରୀ: ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ଆନ୍ଦୋଳନ ଚେତାବନୀ । ତେବେ ସମସ୍ତ ସେବାୟତଙ୍କୁ ତୁରନ୍ତ କୋଭିଡ ସହାୟତା ପ୍ରଦାନ ସହିତ ସମସ୍ୟାର ସମାଧାନ କରା ନ ଗଲେ ଆସନ୍ତା 15 ତାରିଖରୁ ଦେବ ନୀତି ବନ୍ଦ କରାଯିବ ବୋଲି ସାକ୍ଷୀଗୋପାଳ ସେବାୟତ ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେବାୟତ ସଙ୍ଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସଙ୍ଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଦୀର୍ଘ 8 ମାସ ଧରି କୋଭିଡ କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଫଳରେ ସେବାୟତ ମାନେ ଘୋର ଆର୍ଥିକ ଅନଟନରେ ଅଛନ୍ତି। ଏନେଇ ବାରମ୍ବାର ସେବାୟତ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଉ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଆର୍ଥିକ ସାହାଯ୍ୟ ଦିଆଯାଇ ନାହଁ।

ଏଣୁ ସରକାରଙ୍କ ଏହି ଖାମ ଖିଆଲି ମନୋଭାବ ପ୍ରତିବାଦରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ଆସନ୍ତା 15 ତାରିଖରୁ ଦାବି ପୂରଣ ନ ହେବା ଯାଏ ଦେବ ନୀତି ବନ୍ଦ ସହ ପ୍ରତିବାଦ କରିବେ ବୋଲି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 14, 2020, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.