ETV Bharat / state

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ମାନମାନି ବିରୋଧରେ ଆନ୍ଦୋଳନ ଚେତାବନୀ - ବିଭାଗୀୟ ଅଧିକାରୀଙ୍କ ମାନମାନି ବିରୋଧରେ ଆନ୍ଦୋଳନ ଚେତାବନୀ

ବର୍ଷେ ପୁରିଗଲା ସରିଲାନି ରାସ୍ତା ମରାମତି କାମ । ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମନମାନି ନେଇ ତେଜୁଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ

Rural Development
ସରିଲାନି ରାସ୍ତା ମରାମତି କାମ
author img

By

Published : Feb 2, 2023, 3:47 PM IST

ସରିଲାନି ରାସ୍ତା ମରାମତି କାମ

ପୁରୀ : ବିଭାଗୀୟ ଅଧିକାରୀଙ୍କ ମାନମାନି ବିରୋଧରେ ଆନ୍ଦୋଳନ ଚେତାବନୀ । ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମନମାନି ଯୋଗୁଁ ହିନସ୍ତା ଭୋଗୁଛନ୍ତି ଜନସାଧାରଣ । ରାସ୍ତା ଘାଟ ନିର୍ମାଣ ଓ ମରାମତି ପାଇଁ କୋଟିକୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ କିଛି ଅପାରଗ ଅଧିକାରୀଙ୍କ ଯୋଗୁଁ ଏହି ଟଙ୍କାକୁ ସଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ । ଖୋଦ୍ ପୁରୀ ଜିଲ୍ଲା ୨୬ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ମାମିନା ଦାସ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଐତିହ୍ୟ ସମ୍ପନ୍ନ ଅଠରନଳା ତଥା ପୁରୀ ସହରର ଅତି ନିକଟରେ ଥିବା ଗୋପିନାଥପୁର ଓ କାଶୀହରିପୁର ପଞ୍ଚାୟତର ନୀଳଚକ୍ର ନଗର, ମୁକୁନ୍ଦ ମିଶ୍ର ନଗର ଓ ଜେନା ସାହି ଅଞ୍ଚଳରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ସେହିପରି ମୁକୁନ୍ଦ ମିଶ୍ର ନଗର ମାର୍ବଲ ଫ୍ୟାକ୍ଟ୍ରି ନିକଟରେ ମଧ୍ୟ ରାସ୍ତାଟିଏ ମଧ୍ୟ ହୋଇନାହିଁ । ରାସ୍ତା ନଥିବାରୁ ବର୍ଷା ଦିନେ ଯାତାୟତ ଏକପ୍ରକାର ଅସମ୍ଭବ ହୋଇପଡିଛି । ସେହିପରି ନୀଳଚକ୍ର ନଗର ରାସ୍ତାର ଅଧିକାଂଶ ଜାଗାରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହେବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ।

ଜିଲ୍ଲା ପରିଷଦ ସଭ୍ୟା ମାମିନା ଦାସ ରାସ୍ତା ନିର୍ମାଣ ଓ ଏହାର ମରାମତି ପାଇଁ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଜଣେ ଜନପ୍ରତିନିଧିର ଅଭିଯୋଗକୁ ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଗୁରୁତ୍ବ ଦେଉନାହାଁନ୍ତି ତେବେ କାହିଁକି ଏହି ବରିଷ୍ଠ ଅଧିକାରୀମାନେ ବିଭାଗରେ ଅଛନ୍ତି ସେନେଇ ଜିଲ୍ଲା ପରିଷଦ ସଭ୍ୟା ପ୍ରଶ୍ନ କରିଛନ୍ତି ।

ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଅନେକ ଉନ୍ନୟନ କାର୍ଯ୍ୟ ଜିଲ୍ଲାରେ ଜାରି ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁରୀ ସହରଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଗୋପିନାଥପୁର ଓ କାଶୀହରିପୁର ପଞ୍ଚାୟତ ରାସ୍ତାର ଯଦି ଏଭଳି ଅବସ୍ଥା ତାହାଲେ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ କିଭଳି କାର୍ଯ୍ୟ କରୁଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସେପଟେ ଏହି ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ।

ସେ କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଅଭିଯୋଗ ନେଇ ସେ ଅବଗତ ଅଛନ୍ତି । ଗୋପିନାଥପୁର ଓ କାଶିହରିପୁର ପଞ୍ଚାୟତରେ ଥିବା ରାସ୍ତାଘାଟ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଜନପ୍ରତିନିଧିଙ୍କ ଅଭିଯୋଗକୁ ଅଣଦେଖା କରିବାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି ।‌ ଯଦି ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଗୋପିନାଥପୁର ଓ କାଶୀହରିପୁର ପଞ୍ଚାୟତରେ ଥିବା ରାସ୍ତାଘାଟ ସମସ୍ୟାର ସମାଧାନ ନକରେ ତେବେ ଆଗାମୀ ଦିନରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.