ପୁରୀ: OSSC (Odisha Staff Selection Commission) ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ରାଜ୍ୟ OSSC ରେ ହୋଇଥିବା ଭ୍ରଷ୍ଟାଚାର ବିରୋଧରେ ପିପିଲି ଡେଲାଙ୍ଗ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପିପିଲି ହାଟଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରାଯାଇଛି ।
ବିଜେପି ନେତା ଇରାଶିଷ ଆଚାର୍ଯ୍ୟ ଏବଂ ଗଦାଧର ପରିଡ଼ାଙ୍କ ସମେତ ବିଜେପି ଯୁବମୋର୍ଚ୍ଚାର ସଭ୍ୟମାନେ ପିପିଲି ପେଟ୍ରୋଲ ପମ୍ପ ଠାରୁ ପଦଯାତ୍ରା କରି ହାଟ ଛକ ଠାରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ଏ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ବଡ଼ ବଡ଼ ଲୋକଙ୍କୁ ଚିହ୍ନଟ କରି ନ୍ୟାୟିକ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ