ETV Bharat / state

ରବୀନ୍ଦ୍ର କୁମାର ପଣ୍ଡା SJSVର ନୂଆ କୁଳପତି - ରବୀନ୍ଦ୍ର କୁମାର ପଣ୍ଡା SJSV ର ନୂଆ କୁଳପତି

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା । ୪ ବର୍ଷ ପାଇଁ ଏହି ଦାୟିତ୍ବରେ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢ଼ନ୍ତୁ

ରବୀନ୍ଦ୍ର କୁମାର ପଣ୍ଡା SJSV ର ନୂଆ କୁଳପତି
ରବୀନ୍ଦ୍ର କୁମାର ପଣ୍ଡା SJSV ର ନୂଆ କୁଳପତି
author img

By

Published : Sep 4, 2022, 3:47 PM IST

ଭୁବନେଶ୍ବର: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ । ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂତନ କୁଳପତି । ଆଗାମୀ ୪ ବର୍ଷ ପାଇଁ ଏହି ଦାୟିତ୍ବରେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ରବୀନ୍ଦ୍ର କୁମାର ପଣ୍ଡା SJSV ର ନୂଆ କୁଳପତି
ରବୀନ୍ଦ୍ର କୁମାର ପଣ୍ଡା SJSV ର ନୂଆ କୁଳପତି

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ (SJSV)ର କୁଳପତି ଭାବରେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସେ ବରୋଦାର ମହାରାଜା ସାୟାଜିରାଓ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି । ଆଗାମୀ ୪ ବର୍ଷ ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି କାର୍ଯ୍ୟଭାର ସମ୍ଭାଳିବେ ପ୍ରଫେସର ପଣ୍ଡା । ତାଙ୍କର ଦୀର୍ଘ ୨୯ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ରହିଥିବା ବେଳେ ସେ ୪୫ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଏହା ସହିତ ୧୦ ଜଣ ପିଏଚଡି ପଣ୍ଡିତଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.