ପୁରୀ: ଓଡିଶାରେ ଏବେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉ । ସେବାୟତଙ୍କୁ ମିଳୁ କୋରୋନା ସହାୟତା । ଏହାକୁ ନେଇ ପୁରୀରେ ଶ୍ରୀମନ୍ଦିର ଆଗରେ ଘଣ୍ଟ ବାଡେଇ ଆନ୍ଦୋଳନ କରି ଦାବି ଜଣାଇଛି ଓଡିଶା ମନ୍ଦିର ସେବାୟତ ସଂଘ ।
ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଏଭଳି ଘଣ୍ଟ ଓ ଘଣ୍ଟି ବଜାଇ ଦାବି ଜଣାଇଛନ୍ତି ସେବାୟତମାନେ । କୋରୋନା କଟକଣା କାରଣରୁ ବର୍ତ୍ତମାନ ରାଜ୍ୟର ମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ସହିତ ଦର୍ଶନ ଉପରେ କଟକଣା ଜାରି ରହିଛି । କେବଳ ସୀମିତ ସେବାୟତ ଓ ପୂଜକଙ୍କୁ ନେଇ ମନ୍ଦିରରେ ନୀତି ଜାରି ରହିଛି । ଫଳରେ ସେବାୟତ ଓ ପୂଜକମାନେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । କିନ୍ତୁ ସରକାର କୌଣସି ଆର୍ଥିକ ସହାୟତା ଦେଇ ନ ଥିବା ଅଭିଯୋଗ କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଙ୍ଘ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ