ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ଆସନ୍ତା 10 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହିଛି ପୁରୀ ଗସ୍ତ । ଏନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ମୁର୍ମୁ ପୁରୀ ଗସ୍ତରେ ଆସି ଦର୍ଶନ କରିବେ ମହାପ୍ରଭୁଙ୍କୁ ।
ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟ ଶାସନ ସଚିବ ଏନେଇ ଏକ ବୈଠକ ଡାକିଥିଲେ। ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ କୁ କିଭଳି ସଫଳ ଭବେ ସମ୍ପାଦନ କରିବେ ସେ ନେଇ ଆଲୋଚନା ହୋଇ ଥିଲା । ଆସନ୍ତାକାଲି ପୁରୀ ଜିଲ୍ଲାପାଳ ଜିଲ୍ଲା ର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । କିଭଳି ରାଷ୍ଟ୍ରପତି ଙ୍କ ଗସ୍ତ ସଫଳ ହେବ ସେ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିବେ। ଆସନ୍ତା 10 ତାରିଖ ପୂର୍ବାହ୍ନ ରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିବେ। ଏଥିସହ ରାଷ୍ଟ୍ରପତି ଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଆସନ୍ତା 9 ତାରିଖ ରେ ଏକ ମକ ଡ୍ରିଲ ପୋଲିସ୍ ପକ୍ଷରୁ ଅନୁଷ୍ଠିତ ହେବ।
ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଗତକାଲି ଏକ ବୈଠକ ହୋଇଥିଲା ସେଥିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ କୁ କିଭଳି ସଫଳ ଭବେ ସମ୍ପାଦନ କରିବେ ସେ ନେଇ ଆଲୋଚନା କରିଥିଲା। ଏନେଇ ଆସନ୍ତାକାଲି ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବ। "
ଇଟିଭି ଭାରତ, ପୁରୀ