ETV Bharat / state

ପ୍ରଥମ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଶେଷ, ନିର୍ଦ୍ଧାରିତ ସମୟରେ ନୀତି ସାରିବାକୁ RDCଙ୍କ ନିର୍ଦ୍ଦେଶ

author img

By

Published : Apr 11, 2023, 9:59 PM IST

Updated : Apr 11, 2023, 10:12 PM IST

ସରିଲା ପ୍ରଥମ ରଥ ଯାତ୍ରା ସମନ୍ଵୟ କମିଟି ବୈଠକ । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନୀତିକାନ୍ତି ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଆରିଡିସି ସୁରେଶ ଚନ୍ଦ୍ର ଦଳାଇ। ଅଧିକ ପଢନ୍ତୁ

Etv Bharat
Etv Bharat

ପ୍ରଥମ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଶେଷ, ନିର୍ଦ୍ଧାରିତ ସମୟରେ ନୀତି ସାରିବାକୁ RDCଙ୍କ ନିର୍ଦ୍ଦେଶ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ବିଭିନ୍ନ ବିଭାଗର କାର୍ଯ୍ୟ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ସହ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଵାସ୍ଥ୍ୟ ଓ ବିଦ୍ୟୁତ ଯୋଗାଣକୁ କିଭଳି ଅଧିକ ତ୍ବରିତ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ରଥଯାତ୍ରା ସମୟରେ ଯାତ୍ରୀ ଯାତାୟତ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୨୧୦ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକରେ ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କିଭଳି ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୈଠକ ଆଲୋଚୋନ ହୋଇଥିଲା । ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୧୫୬ ଖଣ୍ଡ ଓ ଖପୁରିଆ କରତ କଳକୁ ୮୧ ଖଣ୍ଡ କାଠ ଆସିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- Ratha Yatra 2023: ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟ, ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା

ଦିନକୁ ଦିନ କାଠ ମିଳିବା ନେଇ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବା ବେଳେ କାଠ ନ ମିଳିଲେ ଆଗାମୀ ୨୫ ବର୍ଷ ପରେ ଆଉ ନୂଆ ରଥ ନିର୍ମାଣ ନେଇ ବାଧା ଉପୁଜିପାରେ ବୋଲି ସେବାୟତ ଉଦବେଗ ପ୍ରକାଶ କରିଥଲେ। ତେବେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସ୍ଥିତି ନେଇ ଡାଟାବେସ ପ୍ରସ୍ତୁତ ହେଉଥିବା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୂଚନା ଦେଇଛନ୍ତି। ରଥରେ ଲାଗିବା ପାଇଁ ଗୁଜୁରାଟର ଅହମ୍ମଦାବାଦରୁ ୩୦୦୦ ମିଟର ରଥକନା ଆସିବ। ୨୦୦ କେ.ଜି ଝୁଣା ମହଜୁଦ୍ ଅଛି। ସେହିପରି ତାମିଲନାଡୁରୁ ୩୦୦ କେ.ଜି ଚନ୍ଦନ କାଠ ଆସିବ। ୧୪ ଟି ରଥଟଣା ଓ ୬ଟି ଇନର ଓ ଆଉଟର କର୍ଡନ ଦଉଡ଼ି ପାଇଁ ବରାଦ ଦିଆଯାଇଛି।

ରଥ ଓ ବାହୁଡ଼ା ଯାତ୍ରା ୯ଦିନ ପାଇଁ ସେବାୟତଙ୍କ ପାଇଁ ବୀମା କରାଯିବ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୯ଟି ଆମ୍ବୁଲାନ୍ସ ଓ ଜିଲ୍ଲାରେ ୫୦ଟି ୧୦୮ ଆମ୍ବୁଲାନ୍ସ ଥିବା ସିଡିଏମଓ ସୂଚନା ଦେଇଥିଲେ। ସ୍ବାସ୍ଥ୍ୟ ସେବା, ଔଷଧ ଯୋଗାଣ ଓ ଡାକ୍ତର ଅଭାବକୁ ନେଇ ଅଧିକାଂଶ ସେବାୟତ ଉଦବେଗ ପ୍ରକାଶ କରିଥିବା ବେଳେ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ଥିବା ଡ୍ରେନ ସଫେଇ କାର୍ଯ୍ୟ ଆସନ୍ତା ମେ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି।

ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି। ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି। ଜୁନ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ୨୪ ଘଣ୍ଟିଆ ଯୋଗାଇ ଦିଆଯିବ । ପୁରୀ ସହରକୁ ୩ଟି ଗ୍ରୀଡ୍ ଓ ୭ଟି ସବଗ୍ରୀଡ ମାଧ୍ୟମରେ ବିଦ୍ୟୁତ ଯୋଗାଣ ହେଉଛି। ବିଦ୍ୟୁତ ଯୋଗାଣରେ ବିଭିନ୍ନ ସମସ୍ୟା ସମାଧାନ ନେଇ ଟାଟା ପାୱାର ଅଧିକାରୀଙ୍କ ସହ ଖୁବଶୀଘ୍ର ଉପଜିଲ୍ଲାପାଳ ସହ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ରଥଯାତ୍ରା ସମୟରେ ସ୍ବତନ୍ତ୍ର ବସ୍ ଚଳାଚଳ ସହ ନିର୍ଦ୍ଧାରିତ ରେଟ ଚାର୍ଟ, ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର କ୍ରେନ୍ ନିୟୋଜିତ ହେବ ବୋଲି ପୁରୀ ଆରଟିଓ କହିଛନ୍ତି । ଟ୍ରେନ ଯାତାୟତ ସୂଚନା ପ୍ରଦାନ ପାଇଁ ୩୫ଟି ଟିକେଟ ବୁକିଂ କାଉଣ୍ଟର ସହ ୬ଟି ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ। ପୁରୀ ସହରକୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ବଳୟରେ ରଖାଯିବ।

ପ୍ରଥମ ସମନ୍ବୟ ବୈଠକରେ ବିଭିନ୍ନ ବିଭାଗଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କେନ୍ଦ୍ରାଞ୍ଚଳ ଆରଡିସି ଓ ପୁରୀ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ, ପୁରୀ ବିଧାୟକ, ଦେବତ୍ତୋର କମିସନର, ପୁରୀ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ, ବୁଦ୍ଧିଜୀବୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Apr 11, 2023, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.