ETV Bharat / state

Municipal Election: ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ - ଓଡିଶା ପୌର ନିର୍ବାଚନ

ପୁରୀ ଜିଲ୍ଲାର 3ଟି ଏନଏସି ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି । ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Municipal Election: ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ

author img

By

Published : Mar 10, 2022, 9:58 AM IST

ପୁରୀ: ପୁରୀ ଜିଲ୍ଲାର 3ଟି ଏନଏସି ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି । ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଏନଏସି ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Municipal Election: ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ

ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ନିଆ ଯାଉଛି । କେଉଁ କେଉଁ ବୁଥରେ ଅଧିକ ପୋଲିସ ମୁତୟନ କରାଯିବ । କେଉଁ ଅଞ୍ଚଳରେ ନାକା ଲଗାଯିବ ଓ ଅସାମାଜିକ ଲୋକଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସବୁ ଥାନା ଅଧିକାରୀଙ୍କୁ କୁହାଯାଇଛି ।

ସେହିପରି ନିର୍ବାଚନକୁ ନେଇ ବିଶୃଙ୍ଖଳା ହେଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି । ଆସନ୍ତା ୨୪ ତାରିଖରେ ମତଦାନ ହେବ । ଏଥିସହ ୨୬ ତାରିଖରେ ଭୋଟ ଗଣତି ହେବ ।

ସେହିଭଳି ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ ମତଦାନ ହେବ । ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ପିଙ୍କ୍‌ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ପ୍ରାୟ ୩୦୦ ଜଣ ପୋଲିଂ ଅଧିକାରୀ ଓ ୬ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.