ETV Bharat / state

ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ - ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ଚଳିତବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନୀତି ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ସାରିଛି ।

ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ

author img

By

Published : Sep 24, 2020, 10:40 PM IST

ପୁରୀ: ଚଳିତବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନୀତି ନାଗାର୍ଜୁନ ବେଶ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ସାରିଛି । ରେକର୍ଡ ଅଫ ରାଇଟ ଅନୁଯାୟୀ ବେଶ ଆଭୂଷଣ ପ୍ରସ୍ତୁତି ଅଧିକାର ପାଇଛନ୍ତି ଚକ୍ରକୋଟ ବଳରାମ ଖୁଣ୍ଟିଆ । ଏନେଇ ତାଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ପରେ ବେଶ ପାଇଁ ଆଭୂଷଣ ପ୍ରସ୍ତୁତି କାର୍ଯ୍ୟ ନେଇ ସବୁଜ ସଂକେତ ଦିଆଯାଇଛି ।

ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ

ଆସନ୍ତା ନଭେମ୍ବର 27 ତାରିଖରେ ଏହି ବେଶ ଅନୁଷ୍ଠିତ ହେବ । ତିଥି ଅନୁଯାୟୀ କାର୍ତ୍ତିକ ଦ୍ଵାଦଶୀ ମଳ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ 60ରୁ 70 ଲକ୍ଷ ଟଙ୍କାର ବଜେଟ କରିଛି । କିନ୍ତୁ କୋଭିଡ କଟକଣା ହେତୁ ଏବଂ ବର୍ତ୍ତମାନ କୋଭିଡ ଅବସ୍ଥା ଦେଖିଲେ ଉକ୍ତ ସମୟରେ ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି ।

ପୁରୀ ଥିବା ଜାଗା ଅଖଡାରେ ହେଉଥିବା ନାଗା ବେଶ ଭଳି ସମସ୍ତ ବେଶ ସରଞ୍ଜାମ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗି ଥାଏ । ବେଶରେ ଢାଲ, ଖଣ୍ଡା, ଧନୁ, ତିର ସଂଯୁକ୍ତ ପଟି, ହାଣ୍ଡିଆ, ବାଘ ଛାଲ, 17 ପ୍ରକାର ହତିଆର ଅସ୍ତ୍ରଶସ୍ତ୍ର, ବିଭିନ୍ନ ମାଳି, ବାଘ ନଖ, ଦାଢ଼ି, ନିଶ ଆଦି ଆଭୂଷଣ ଲାଗିଥାଏ। ପୂର୍ବରୁ 1993 ଓ 1994 ମସିହାରେ ଦୁଇ ବର୍ଷ ଏହି ତିଥି ପଡୁଥିବା ହେତୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନଗାର୍ଜୁନ ବେଶ ଦର୍ଶନ କରିଥିଲେ ଭକ୍ତ ।

ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସାରା ଦେଶରୁ ଲକ୍ଷ ଲକ୍ଷ ଭକ୍ତ, ସାଧୁ ସନ୍ଥ ଶ୍ରୀମନ୍ଦିରକୁ ଆସିଥାନ୍ତି । ଗତ 1994 ହୋଇ ଥିବା ନାଗାର୍ଜୁନ ବେଶ ଏତେ ଭକ୍ତ ଆସି ଥିଲେ ଯେ ଶ୍ରୀମନ୍ଦିରରେ ଦଳାଚକଟା ଘଟଣା ଘଟି 7 ଜଣ ଭକ୍ତ ପ୍ରାଣ ହରାଇଥିବା ନଜିର ରହିଛି । ତେବେ ଚଳିତ ବର୍ଷ କୋଭିଡ ମାହାମରିକୁ ଦେଖିଲେ ଜଣାପଡୁଛି ଚଳିତ ବର୍ଷ ବିନା ଭକ୍ତରେ ହେବ ଏହି ନାଗାର୍ଜୁନ ବେଶ ନୀତି । ଯାହାକି ଆଉ ଏକ ଇତିହାସ ଘଟଣାବଳି ରହିଯିବ ଏଥିରେ ସନ୍ଦେହ ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.