ETV Bharat / state

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଓ ବଡ ଏକାଦଶୀ ପାଇଁ ପ୍ରସ୍ତୁତି ବୈଠକ - ଅଁଳା ନବମୀ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଅଁଳା ନବମୀ ଓ ବଡ଼ ଏକାଦଶୀ ପର୍ବ ସାକ୍ଷୀଗୋପାଳ ମନ୍ଦିରରେ ଭିଡ ଜମିବ । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଓ ବଡ଼ ଏକାଦଶୀ ପାଇଁ ପ୍ରସ୍ତୁତି ବୈଠକ

author img

By

Published : Oct 19, 2022, 10:39 PM IST

ପୁରୀ: ଆଉ କିଛି ଦିନ ପରେ ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଏହି ଅବସରରେ ସତ୍ୟବାଦୀରେ ଜମିବ ଭକ୍ତଙ୍କ ଭିଡ । ଅଁଳା ନବମୀ ଓ ବଡ଼ ଏକାଦଶୀ ପର୍ବ ପାଇଁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ ଓ ସେବା ନୀତି ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଓ ବଡ଼ ଏକାଦଶୀ ପାଇଁ ପ୍ରସ୍ତୁତି ବୈଠକ

ଅଁଳା ନବମୀ ଓ ବଡ଼ ଏକାଦଶୀ ପର୍ବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ରାଧାରାଣୀଙ୍କ ପାଦ ଦର୍ଶନ ଓ ବଡ଼ ଏକାଦଶୀ ଦର୍ଶନ କିଭଳି ଶୃଙ୍ଖଳିତ ଭାବରେ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି କୋଭିଡ କଟକଣା କୋହଳ ହେବା ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ ଓ ସେବା ନୀତି ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଆସନ୍ତା ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଧାପାଦ ଦର୍ଶନ ପୂର୍ବରୁ ରାସ୍ତା, ଆଲୋକୀକରଣ, ପାନୀୟ ଜଳ, ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବ୍ୟାଙ୍କ ଗୁଡିକ ଦ୍ଵାରା ପାନୀୟ ଜଳ ବଣ୍ଟନ କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା ଏହି ବୈଠକରେ । ସେପଟେ ସେବାୟତଙ୍କ ପାଉଣା ନେଇ ବୈଠକରେ ସେବାୟତ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସେବାୟତ ପାଉଣା ସମସ୍ୟା ସମାଧାନ କରିବାକୁ ଦେବୋତ୍ତର ବିଭାଗ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ସ୍ଥାନୀୟ ବିଧାୟକ । ଏହି ବୈଠକରେ ବିଧାୟକଙ୍କ ସମେତ ପୁରୀ ଉପଜିଲ୍ଲାପାଳ ଭଵ ତରଣ ସାହୁ, ସ୍ଥାନୀୟ ତହସିଲଦାର, ବିଡ଼ିଓଙ୍କ ସମେତ ମନ୍ଦିରର ସେବାୟତ ଓ ବିଭିନ୍ନ ବିଭାଗରର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଏନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ସତ୍ୟବାଦୀର ସବୁଠାରୁ ବଡ ପର୍ବ ରାଧାପାଦ ଦର୍ଶନ । ଦୀର୍ଘ ଦୁଇବର୍ଷ ପାଇଁ ଭକ୍ତ ଏଥିରୁ ବଞ୍ଚିତ ରହିଥିବା ବେଳେ ଚଳିତ ବର୍ଷ ହଜାର ହଜାର ଲୋକଙ୍କ ସମାଗମ ହେବ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ ଓ ସେବା ନୀତି ଉପରେ ଆଜି ବୈଠକ କରାଯାଇଛି ।ରାଧାରାଣୀଙ୍କ ପାଦ ଦର୍ଶନ ଓ ବଡ଼ ଏକାଦଶୀ ଦର୍ଶନ କିଭଳି ଶୃଙ୍ଖଳିତ ଭାବରେ କରାଯିବ ସେ ନେଇ ଆଲୋଚନା କରାଯାଇଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.