ETV Bharat / state

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର ପାଇଁ ପ୍ରସ୍ତୁତି - କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର କରାଯିବ

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର କରାଯିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଘରୋଇ କମ୍ପାନୀ ସହାୟତାରେ ୩ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର ପାଇଁ ପ୍ରସ୍ତୁତି

author img

By

Published : Sep 9, 2022, 10:55 PM IST

ପୁରୀ: ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଇଛି ପ୍ରତ୍ନତତ୍ତ୍ବ ବିଭାଗ (ASI decided to remove Sand from Konark)। ଏନେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର କରାଯିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ।

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି ବାହାର ପାଇଁ ପ୍ରସ୍ତୁତି

ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଏକ ଘରୋଇ କମ୍ପାନୀ ସହାୟତାରେ ୩ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପ୍ରାୟ ୧୧୯ ବର୍ଷ ପରେ ଏହି ଐତିହାସିକ ମନ୍ଦିରରୁ ବାଲି କାଢ଼ିବ ASI । ଗତକାଲି ପୂଜା ବିଧି କରି ଏହି ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଆରମ୍ଭ କରିଛି ବାଲି ନିଷ୍କାସନ ନେଇ ପ୍ରକ୍ରିୟା । ଏଥିସହ ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ବାର୍କିଂ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ମେକାନିକାଲ ସିଷ୍ଟମ ଦ୍ବାରା ଗର୍ଭଗୃହରୁ ବାଲି ଓ ପଥର କଢ଼ାଯିବ । ଦ୍ବିତୀୟ ପର୍ଯ୍ୟାୟରେ ପଶ୍ଚିମ ଦ୍ବାରର ଦ୍ବିତୀୟ ପୀଢା ନିକଟରେ ୪ ଫୁଟ ଓସାର ଏବଂ ୫ ଫୁଟର ଉଚ୍ଚର ଏକ ରାସ୍ତା ଖୋଳି ଗର୍ଭଗୃହରୁ ବାଲି କାଢ଼ିବ ଏଏସ୍‌ଆଇ । ଏବେ ଏ ନେଇ ASI ଟିମ୍ ପକ୍ଷରୁ ମାପ ଚୁପ୍ କରାଯାଇ କିଭଳି ମେକାନିକାଲ ଓ୍ବାର୍କିଂ ପ୍ଲାଟଫର୍ମ ତିଆରି ହେବ ସେ ନେଇ କାମ ଆରମ୍ଭ ହୋଇଛି ।

କୋଣାର୍କରୁ ବାଲି କାଢ଼ିବା ପାଇଁ ସ୍ବତନ୍ତ୍ର ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ଏହି ମ୍ୟାପ୍‌ ଅନୁଯାୟୀ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ୱାର୍କିଂ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ । ଏହାପରେ ପଶ୍ଚିମ ପୀଢ଼ା ତଳେ ପ୍ରାୟ ୫ରୁ ୭ଫୁଟର ଗାତ ଖୋଳାଯିବ । ଏହି ଗାତ ମାଧ୍ୟମରେ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହେବ ।

ବ୍ଲାକ୍‌ ପାଗୋଡ଼ାର ସୁରକ୍ଷାକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଇଛି ପ୍ରତ୍ନତତ୍ତ୍ବ ବିଭାଗ (ASI decided to remove Sand from Konark)। ପ୍ରାୟ ୧୨୦ ବର୍ଷ ପରେ ଗର୍ଭ ଗୃହରୁ ବାଲି ବାହାରିବ । ତେବେ 3 ବର୍ଷ ଲାଗିବ କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ । ୧୯୦୩ ମସିହାରେ ଜଗମୋହନର ତତ୍କାଳୀନ ସୁରକ୍ଷା ପାଇଁ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ(Konark temple architecture reservation) । କେବେଳ ଜଗମୋହନ ନୁହେଁ । ମନ୍ଦିର ତିନି ଦ୍ବାର ମଧ୍ୟ ବାଲି ପକାଇ ବନ୍ଦ କରି ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ମନ୍ଦିର ଭିତରୁ ବାଲି କାଢ଼ିବାକୁ ନିଷ୍ପତ୍ତି ହୋଇଛି । ଯାହାଦ୍ବାରା ୧୩ଶ ଶତାବ୍ଦୀର ଐତିହ୍ୟ ମନ୍ଦିର ଆହୁରି ୫୦୦ରୁ ୭୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିପାରିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.