ETV Bharat / state

ଆଜି ତିନି ରଥର ଦକ୍ଷିଣ ମୋଡ, ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ - jaganath

ଆଜି ତିନି ରଥର ଦକ୍ଷିଣମୋଡ଼ । ଗତକାଲି ହେରାପଞ୍ଚମୀ ପରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥର ହେବ ଦକ୍ଷିଣମୋଡ଼ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ
author img

By

Published : Jul 9, 2019, 11:41 AM IST

ପୁରୀ: ହେରାପଞ୍ଚମୀ ନୀତି ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ବାର ସମ୍ମୁଖକୁ ନିଆଯିବ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ ।

ଅନ୍ୟପଟେ ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି । ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ । କାରଣ ରଥଯାତ୍ରା ଦିନ ସାଙ୍ଗରେ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବା ସହ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ

ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ମହାଲକ୍ଷ୍ମୀ । ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ମହାପାତ୍ର ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିଥିଲେ । ଏହାପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ମୋହଚୂର୍ଣ୍ଣ ଦେଇ ବିମୋହିତ କରିଥିଲେ । ପରେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମା' ଲକ୍ଷ୍ମୀ ଠାକୁରାଣୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହେରାପଞ୍ଚମୀ ନୀତିBody: ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ।
ଅନ୍ୟପଟେ ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। କାରଣ ରଥଯାତ୍ରା ଦିନ ସାଙ୍ଗରେ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବା ସହ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ମହାଲକ୍ଷ୍ମୀ। ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ମହାପାତ୍ର ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିଥିଲେ। ଏହାପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ମୋହଚୂର୍ଣ୍ଣ ଦେଇ ବିମୋହିତ କରିଥିଲେ। ପରେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମା ଲକ୍ଷ୍ମୀ ଠାକୁରାଣୀ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଭିଯୁଆଲ ftp ରେ ଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.