ETV Bharat / state

New Year 2023: ଜିରୋ ନାଇଟ ସେଲିବ୍ରେସନ, ପୁରୀର ବିଭିନ୍ନ ହୋଟେଲରେ ବ୍ୟାପକ ପ୍ରସ୍ତୁତି

ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ପୁରୀର ବିଭିନ୍ନ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ (Zero Night Celebration)ଲାଗି ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ

Zero Night Celebration
Zero Night Celebration
author img

By

Published : Dec 31, 2022, 10:45 PM IST

ଜିରୋ ନାଇଟ ସେଲିବ୍ରେସନ, ପୁରୀର ବିଭିନ୍ନ ହୋଟେଲରେ ବ୍ୟାପକ ପ୍ରସ୍ତୁତି

ପୁରୀ: ବିଦାୟ ନେଉଛି ବର୍ଷ ୨୦୨୨ । ନୂଆ ଆଶା, ଉଦ୍ଦୀପନା ଓ ସମ୍ଭାବନାକୁ ନେଇ ଆରମ୍ଭ ହେବ ବର୍ଷ ୨୦୨୩ (New Year 2023_ । ତେବେ ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଜିରୋ ନାଇଟ୍‌ (Zero Night Celebration)କୁ ମନଭରି ଉପଭୋଗ କରିବା ପାଇଁ ପୁରୀରେ ଥିବା ପ୍ରମୁଖ ହୋଟେଲ ଗୁଡିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

କେଉଁଠି ଋଷୀୟାନ ବେଲି ଡାନ୍ସ (Russian Belly Dance) ଧମାକା ଦେଖିବାକୁ ମିଳିବ ତ କେଉଁଠି କାର୍ଣ୍ଣିଭାଲ ନୃତ୍ୟରେ ଝୁମିବେ ଦର୍ଶକ। ରଙ୍ଗୀନ ଆଲୋକମାଳାରେ ଝଲସୁଛି ହୋଟେଲ । ଓଲିଉଡ଼, ବଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ନେଇ ସ୍ବତନ୍ତ୍ର ସଙ୍ଗୀତ ଭିତ୍ତିକ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ହୋଟେଲ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ହୋଇଛି । ଗତ ୨ବର୍ଷ ହେବ କୋଭିଡ଼ କଟକଣା ଯୋଗୁଁ ଜିରୋ ନାଇଟ ସେଲିବ୍ରେସନ ବନ୍ଦ ଥିଲା । କିନ୍ତୁ ଏଥର କଟକଣା ନ ଥିବାରୁ ଏହାର ମଜା ଉଠାଇବାର ସୁଯୋଗକୁ ଚାହିଁ ବସିଛନ୍ତି ପର୍ଯ୍ୟଟକ । ପୁରୀର ସମସ୍ତ ହୋଟେଲ ବୁକିଂ ସରିଛି।

ଏହା ବି ପଢନ୍ତୁ- ଆସୁଛି ନୂଆବର୍ଷ, ପୁରୀରେ ଜମୁଛି ଭକ୍ତଙ୍କ ଭିଡ

ଅନ୍ୟପଟେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ପୁରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପୁରୀ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଟ୍ରାଫିକ ପାଇଁ ସ୍ବତନ୍ତ୍ର ରୁଟ୍‌ ହୋଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି । ସବୁ ହୋଟେଲରେ ସିସିଟିଭି ବ୍ୟବସ୍ଥା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କେହି ପର୍ଯ୍ୟଟକ ଅସୁବିଧାରେ ପଡ଼ିଲେ ତୁରନ୍ତ ୧୧୨କୁ ଫୋନ କରିବାକୁ ପୁରୀ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.