ETV Bharat / state

ରାତି ପାହିଲେ ପବିତ୍ର ଅଁଳା ନବମୀ, ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସବୁ ପ୍ରସ୍ତୁତି ଶେଷ

author img

By ETV Bharat Odisha Team

Published : Nov 20, 2023, 9:12 PM IST

ଆସନ୍ତାକାଲି (ମଙ୍ଗଳବାର) ପବିତ୍ର ଅଁଳା ନବମୀ । ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଅଧିକ ପଢନ୍ତୁ

Radha Pada Darshan at Sakhi Gopal temple

ରାତି ପାହିଲେ ପବିତ୍ର ଅଁଳା ନବମୀ

ପୁରୀ: ଆସନ୍ତାକାଲି (ମଙ୍ଗଳବାର) ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥି ତଥା ଅଁଳା ନବମୀ । ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇଉଠିଛି । ପବିତ୍ର ଅଁଳା ନବମୀରେ ବର୍ଷକରେ କେବଳ ଏହି ଗୋଟିଏ ଦିନରେ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନର ସୌଭାଗ୍ୟ ଲାଭ କରନ୍ତି ଭକ୍ତ ।

ରାଧାପାଦ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ସାକ୍ଷୀଗୋପାଳକୁ ଉତ୍ତର ଭାରତ ଅଞ୍ଚଳରୁ ପ୍ରଭୁ ଆସିଥିବାରୁ ଠାକୁରାଣୀ ଶ୍ରୀରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦ ପିନ୍ଧା ବସ୍ତ୍ରରେ ଆବୃତ୍ତ ହୋଇ ରହିଥାଏ । ତେବେ ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ଲାଗି ଠାକୁରାଣୀ ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶ ହୋଇଥାନ୍ତି । ଫଳରେ ଠାକୁରାଣୀଙ୍କ ପିନ୍ଧା ବସ୍ତ୍ର ପାଦ ଉପରକୁ ରହିଥାଏ । ଫଳରେ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ ।

ଏହା ବି ପଢନ୍ତୁ- ଜଗା ଦର୍ଶନରେ ଅବ୍ୟବସ୍ଥା ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

ଏହି ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଦର୍ଶନ ଲାଗି ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଥାକିଆ ବାଉଁଶ ବ୍ୟାରିକେଡ ନିର୍ମାଣ ହୋଇଛି । ଭକ୍ତମାନେ ଧାଡ଼ିରେ ଆସି ବ୍ୟାରିକେଡ ମଧ୍ୟରେ ଯାଇ ଦର୍ଶନ କରିବେ । ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ସିଂହଦ୍ଵାର ସମ୍ମୁଖରେ ସିସିଟିଭି ଲଗାଯାଇଛି । ପ୍ରତ୍ୟେକ ବର୍ଷ ସିଂହଦ୍ଵାରଠାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥାଏ । ପ୍ରାୟ ୨ କିମି ଏହି ଧାଡ଼ିରେ ଆସି ଠାକୁରଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କୁ ପ୍ରାୟ ୨ ଘଣ୍ଟା ଲାଗିଥାଏ । ଭକ୍ତମାନଙ୍କ ସୁବିଧା ଲାଗି ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ହୋଇଛି ।

ସାକ୍ଷୀଗୋପାଳ ମନ୍ଦିର ଚାରିପାଖ ବଜାର ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି । ତେବେ ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଆସି ପ୍ରଭୁ ସାକ୍ଷୀ ଗୋପୀନାଥ ଓ ଶ୍ରୀରାଧାରାଣୀଙ୍କ ପାଦପଦ୍ମକୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ତେବେ ପୂର୍ବ ଭଳି ଶ୍ରୀରାଧାରାଣୀଙ୍କ ପାଦ ସ୍ପର୍ଶ ଉପରେ କଟକଣା ରହିଛି । କେବଳ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ସକାଳ ୬ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.