ETV Bharat / state

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା - ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ବ୍ୟବସ୍ଥା

ଅକ୍ଟୋବର ୨୯ରୁ ଆରମ୍ଭ ହୋଇଥିବା କାର୍ତ୍ତିକ ବ୍ରତ ୧ ମାସ ଧରି ଚାଲିବ । ଏଥିପାଇଁ ହବିଷ୍ୟାଳୀମାନେ ପୁରୀରେ ପହଞ୍ଚିଥିବାବେଳେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର । ଅଧିକ ପଢନ୍ତୁ

preparation for kartik brat in puri
ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
author img

By ETV Bharat Odisha Team

Published : Oct 28, 2023, 7:31 PM IST

ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ୨୯ରୁ ଆରମ୍ଭ ହୋଇଥିବାବେଳେ ଏକ ମାସ ଧରି ଚାଲିବ। ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩ ହଜାର ୦୨୪ ଜଣ ହବିଷ୍ୟାଳୀମାନଙ୍କୁ ୫ଟି ରହଣି କେନ୍ଦ୍ରରେ ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହି ହବିଷ୍ୟାଳୀ ଶିବିରକୁ ଉଦଘାଟନ କରିବେ। ତେବେ ହବିଷ୍ୟାଳୀ ଶିବିରରେ ପହଞ୍ଚିଛନ୍ତି କାର୍ତ୍ତିକ ବ୍ରତଧାରୀ। ଗୋଟିଏ ସ୍ଥାନରେ ରହି ମହାପ୍ରଭୁଙ୍କ ଦର୍ଶନ, ଦୈନିକ ମହାପ୍ରସାଦ ସେବନ, ପୂଜାପାଠ, ପ୍ରବଚନ ସହ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିବାରୁ ହବିଶ୍ୟାଳୀମାନେ ବେଶ ଖୁସି ପ୍ରକଟ କରିଛନ୍ତି।

"ମୁଖ୍ୟମନ୍ତ୍ରୀ ପୁଅ ଭଳି ସମସ୍ତ ଯତ୍ନ ନେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଛୁ" ବୋଲି କହିଛନ୍ତି ହବିଷ୍ୟାଳି। ହବିଷ୍ୟାଳିଙ୍କ ସମସ୍ତ ବ୍ୟବସ୍ଥା ସଠିକ ଭାବରେ କରିବାକୁ ଶିବିର ଦାୟିତ୍ଵରେ ନିୟୋଜିତ ରହିଛନ୍ତି କର୍ମଚାରୀ। ଏନେଇ ସ୍ଵେଚ୍ଛାସେବୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁରୀ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା। "ହବିଷ୍ୟାଳୀଙ୍କ କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି ଜିଲ୍ଲାପାଳ ସତର୍କ କରାଇଦେବା ସହ "ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ" ବୋଲି କହିଛନ୍ତି। ବୃନ୍ଦାବତୀ ନିବାସ , ଅକ୍ଷୟ ପାତ୍ର,ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳୀମାନଙ୍କର ରହଣିର ବ୍ୟବସ୍ଥା ହୋଇଛି ।

ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କାମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି। ଏହାକୁ ସମ୍ମିଳିତ ଭାବେ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଦାୟିତ୍ଵ ନେଇଛି। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷିତ, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ବ୍ୟବସ୍ଥା, ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ବି ପଢନ୍ତୁ...ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, "ମା' ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ। ଏହି କାର୍ଯ୍ୟ ବ୍ୟାପକ ଓ ଏକ ମାସ ଧରି କରିବାର ଆବଶ୍ୟକତା ଥିବାରୁ ବିଭାଗର କର୍ମଚାରୀ ଓ ସ୍ୱଛାସେବୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ଏହି କାର୍ଯ୍ୟକୁ ସମନ୍ବୟ ରକ୍ଷା କରି କରାଯିବାର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.