ETV Bharat / state

କୋରୋନା ଭୟ: ମହାପ୍ରଭୁଙ୍କୁ ଦୀପ ଦାନ କଲେ ଦଇତାପତି ନିଯୋଗ - corona awarness

କୋରୋନାରୁ ବିଶ୍ବକୁ ରକ୍ଷା ପାଇଁ ଜଗନ୍ନାଥଙ୍କ ନିକଟରେ ଦୀପ ଦାନ କଲେ ଦଇତାପତି ନିଯୋଗ । ଅଧିକ ପଢନ୍ତୁ....

Prayers for people affected by the coronavirus in puri
ମହାପ୍ରଭୁଙ୍କ ନିକଟରେ ଦୀପ ଲାଗି କଲେ ଦଇତାପତି ନିଯୋଗ
author img

By

Published : Mar 23, 2020, 4:14 PM IST

Updated : Mar 23, 2020, 4:23 PM IST

ପୁରୀ: କୋରୋନାରୁ ବିଶ୍ବବାସୀଙ୍କୁ ରକ୍ଷା ନିମନ୍ତେ ଜଗନ୍ନାଥଙ୍କ ନିକଟରେ ଦଇତାପତି ନିଯୋଗ ପକ୍ଷରୁ ଦୀପ ଲାଗି କରାଯାଇଛି । ସୋମବାର ମହାପ୍ରଭୁଙ୍କ ଖସା ପଡା ନୀତି । ଏହି ପବିତ୍ର ତିଥିରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ନିକଟରେ ଦୀପ ଲଗାଇ ଏହି ମହାମାରୀ କବଳରୁ ବିଶ୍ବକୁ ରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ଆଗକୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥଯାତ୍ରା ମଧ୍ୟ ରହିଛି । ଯାହାକି କୋରୋନା ଯୋଗୁଁ କିଭଳି ଅୟୋଜନ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।

ମହାପ୍ରଭୁଙ୍କ ନିକଟରେ ଦୀପ ଲାଗି କଲେ ଦଇତାପତି ନିଯୋଗ

କୋରୋନା ପାଇଁ ପୁରୀ ସହରରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ଅଟୋ ,ବସ ,ହୋଟେଲ ମାଲିକ ଓ ଶ୍ରୀମନ୍ଦିର ସେବକମାନେ ମଧ୍ୟ କୋରୋନା ଯୋଗୁ ନିଜର ରୋଜଗାର ହରାଇ ବସିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ କେଵଳ ସେବା ପୂଜା ପାଳି ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ କରାଯାଉଛି । ମନ୍ଦିର ପ୍ରବେଶ ପୂର୍ବରୁ ଚାରି ଦ୍ବାରରେ ସମସ୍ତ ସେବାୟତଙ୍କୁ ସ୍କ୍ରିନିଂ କରାଯାଇ ମନ୍ଦିର ପ୍ରବେଶ ଅନୁମତି ଦିଆଯାଉଛି । ସେବକ ମାନେ ଏହି ସ୍କ୍ରିନିଂ ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 23, 2020, 4:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.