ETV Bharat / state

ବୁଥରେ ଭୋଟରଙ୍କୁ ପ୍ରଭାବିତ କରି ପୋଲିଂ ଅଧିକାରୀ ବହିଷ୍କୃତ - Collector

ନିମାପଡାର 127 ନମ୍ବର ବୁଥରେ ଜଣେ ପୋଲିଂ ଅଧିକାରୀକୁ ଆଜି ନିର୍ବାଚନ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଉକ୍ତ ପୋଲିଂ ଅଫିସର କହୁଥିବା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Apr 30, 2019, 3:46 AM IST

ପୁରୀ: ଜଗତସିଂହପୁର ଲୋକସଭା ଅଧୀନରେ ଥିବା ପୁରୀର ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି। ଚତୁର୍ଥ ପର୍ଯାୟ ନିର୍ବାଚନରେ ଅନେକ ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀରେ ଆଜି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ତେବେ ନିମାପଡାର 127 ନମ୍ବର ବୁଥରେ ଜଣେ ପୋଲିଂ ଅଧିକାରୀକୁ ଆଜି ନିର୍ବାଚନ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଉକ୍ତ ପୋଲିଂ ଅଫିସର କହୁଥିବା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ତଦନ୍ତ ଚାଲିଛି, ନିୟମ ଉଲଘଂନ ହୋଇଥିଲେ ଉକ୍ତ ପୋଲିଂ ଅଫିସର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ସେହିପରି ପୋଲିଂ ପାର୍ଟି ଯେଭଳି ପୁରୀ ଷ୍ଟ୍ରଙ୍ଗକୁ ଫେରିବେ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ଭିଭିପାଟ ମେସିନ ରହିବାର ବ୍ୟବସ୍ଥା ହୋଇଛି। ଷ୍ଟ୍ରଙ୍ଗରୁମର ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସ , ରାଜ୍ୟ ପୋଲିସ , ସିସିଟିଭି ଆଦିର ବ୍ୟବସ୍ଥା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:Body:

SMRUTI REKHA 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.