ETV Bharat / state

ପିପିଲିରେ ଫ୍ଲାଇଂ ସ୍କ୍ବାର୍ଡ ଉପରେ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ

ପିପିଲିରେ ଫ୍ଲାଇଂ ସ୍କ୍ବାର୍ଡ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ । ଘଟଣାରେ ପିପିଲି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 22, 2019, 2:16 PM IST

ପୁରୀ: ପିପିଲିରେ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ । ଘଟଣାରେ ପିପିଲି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନାଥାଉକି, ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମାଜିଷ୍ଟ୍ରେଟ ଯାଞ୍ଚ କରିବାକୁ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣର ଅଭିଯୋଗ ହୋଇଥିଲା । ତେବେ ଘଟଣା ପରେ ଏନେଇ ତଦନ୍ତ ଚାଲିବା ସହ ଆଇନ ଅନୁଯାୟୀ ଏହି ଘଟଣାରେ ଯିଏ ଦୋଷୀ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଶୀଘ୍ର ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଅଭିଯୋଗ ଅନୁସାରେ, ମହାରଥୀଙ୍କ ଫାର୍ମ ହାଉସକୁ ଯାଞ୍ଚ କରିବା ପାଇଁ ଯାଇଥିବା ଫ୍ଲାଇଂ ସ୍କ୍ବାଡକୁ ଦେଖି ପ୍ରଦୀପ ମହାରଥୀ ଓ ତାଙ୍କ କର୍ମୀମାନେ ଆକ୍ରମଣ କରିଥିଲେ । ଏଥିରେ ମାଜିଷ୍ଟ୍ରେଟଙ୍କ ସମେତ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.