ETV Bharat / state

2 ନିଖୋଜ ନାବାଳକଙ୍କୁ ଉଦ୍ଧାର କଲା ପିପିଲି ପୋଲିସ

ପୁରୀ ପିପିଲି ଥାନା କମଳାସାଗର ପାଟଣା ଗ୍ରାମର ନିଖୋଜ ଦୁଇ ନାବାଳକଙ୍କୁ ପିପିଲି ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଯାଆଁଳା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ନିଖୋଜ 2 ନାବାଳକଙ୍କୁ ଉଦ୍ଧାର କଲା ପିପିଲି ପୋଲିସ

author img

By

Published : Jan 14, 2021, 4:55 PM IST

ପୁରୀ: ନିଖୋଜ 2 ନାବାଳକକୁ ଉଦ୍ଧାର କଲା ପୋଲିସ । ପୁରୀ ପିପିଲି ଥାନା କମଳାସାଗର ପାଟଣା ଗ୍ରାମର ନିଖୋଜ ଦୁଇ ନାବାଳକଙ୍କୁ ପିପିଲି ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଯାଆଁଳା ଅଞ୍ଚଳରୁ ଉଦ୍ଧାର କରାଯାଇଛି।

ନିଖୋଜ 2 ନାବାଳକଙ୍କୁ ଉଦ୍ଧାର କଲା ପିପିଲି ପୋଲିସ

ନିଖୋଜ ଦୁଇ ନାବାଳକଙ୍କୁ ପୋଲିସ ଉଦ୍ଧାର କରି ପରିବାର ଜିମା ଦେଇଛି ପୋଲିସ। କେଦାର ବେହେରା ଓ ପବିତ୍ର ଦାସଙ୍କ ଦୁଇ ନାବାଳକ ପୁଅ କିଭଳି ଓ କେମିତି ନିଖୋଜ ହେଲେ ଏବଂ ଏହା ପଛରେ ପ୍ରକୃତ କାରଣ କ'ଣ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ପୋଲିସର ସୂଚନା ଅନୁଯାୟୀ, ଗତ 11 ତାରିଖରେ କମଳାସାଗର ପାଟଣାର ଏହି ଦୁଇ ନାବାଳକ ସ୍କୁଲ ଯାଇଥିଲେ। ତେବେ ସ୍କୁଲରୁ ଉକ୍ତ ନାବାଳକ 2ଜଣ ଆଉ ଘରକୁ ଫେରି ନଥିଲେ।

ଦୀର୍ଘ ସମୟ ଧରି ବହୁ ଖୋଜାଖୋଜି କରିବା ପରେ ସନ୍ଧାନ ନମିଳିବାରୁ ପିଲିଲି ଥାନାରେ ଏନେଇ ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ଘଟଣାକୁ ଗୁରୁତର ଭାବେ ନେଇ ପୋଲିସ ତଦନ୍ତ କରି ଖୁବ କମ ସମୟରେ ନିଖୋଜ 2 ନାବାଳକଙ୍କୁ ଖୋର୍ଦ୍ଧା ଯାଆଁଳାରୁ ଉଦ୍ଧାର କରିପାରିଛି । ପୋଲିସ ଏହି ତ୍ବରିତ କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.