ETV Bharat / state

ପୋଲିସ ମାଳମାଳ, ସୁରକ୍ଷା ଦୁର୍ବଳ

କଡା ସୁରକ୍ଷାବଳୟ ମଧ୍ୟରେ ବି ଶ୍ରୀମନ୍ଦିର ସୁଆରମହାସୁଆର କାର୍ଯ୍ୟାଳୟରେ ଚୋରି । ସିସି କ୍ୟାମେରା ଜରିଆରେ ଯାଞ୍ଚ କରୁଛି ପୋଲିସ। ସନ୍ଦେହ ଫୁଟେଜରେ ଦେଖାଦେଇଥିବା ନାବାଳକ ଉପରେ ।

author img

By

Published : Apr 13, 2019, 8:48 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ । କଡା ସୁରକ୍ଷାବଳୟ ମଧ୍ୟରେ ବି ଶ୍ରୀମନ୍ଦିର ସୁଆର ମହାସୁଆର କାର୍ଯ୍ୟାଳୟରୁ ଚୋରି । ଘଟଣାକୁ 2 ଦିନ ବିତିଯାଇଥିଲେ ବି ମିଳୁନି ଅଭିଯୁକ୍ତର ସୁରାଗ । ଘଟଣାରେ ପୋଲିସ ଜୋରସୋରରେ ଚଲାଇଛି ଛାନବିନ । ରାତି ଅଧରେ କରୁଛି ପେଟ୍ରୋଲିଂ । ତେବେ ଏଠାରେ ଲାଗିଥିବା ସିସି କ୍ୟାମେରାର ଯାଞ୍ଚ ଚାଲିଛି । ଶୀଘ୍ର ଏହାର ତଦନ୍ତ କରି ଚୋର ଙ୍କୁ ଧରାଯିବ ବୋଲି ପୁରୀ ଏସପି କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଫୁଟେଜରେ 12ରୁ 13 ବର୍ଷର ଏକ ନାବାଳକ ଏହି କାଣ୍ଡ କରିଥିବା ନେଇ ସନ୍ଦେହ କରାଯାଉଛି । ହେଲେ ଏତେ ଛୋଟ ପିଲାଟି କିଭଳି ଏହି କାଣ୍ଡ ଘଟାଇଲା ତାହା ଏବେ ପ୍ରଶ୍ନ ଉଠିଥିବା ବେଳେ ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ କାମ କରୁଥିବା ନେଇ ପୋଲିସ ସନ୍ଦେହ କରୁଛି ।

ଅଧିକ ପଡନ୍ତୁ: ଜୀବନ ଯୁଦ୍ଧର ବୀର ଯୋଦ୍ଧା ସଂଯୁକ୍ତା, ଲୋଡା ଆପଣଙ୍କ ସହାୟତା

ତେବେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସଫେଇ କାର୍ଯ୍ୟ ସହ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଅନେକ ଶ୍ରମିକ କାର୍ଯ୍ୟ କରୁଛନ୍ତି । କିଛି ସିସିଟିଭି ଫୁଟେଜରେ ଅନ୍ୟ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ମିଳିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡକୁ ପୋଲିସ ଧରିବ ବୋଲୀ ପୁରୀ ଏସପି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ତେବେ ମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ପୋଲିସ ତତ୍ପର । ଶ୍ରୀମନ୍ଦିର ପୋଲିସ ସହିତ ମିଶି ଭାବେ ମନ୍ଦିର ଭିତରେ ରାତିରେ ପାଟ୍ରୋଲିଂ କରିବାକୁ ବୋଲି ପୁରୀ ଏସପି କହିଛନ୍ତି ।

ତେବେ ଏତେ ସୁରକ୍ଷା ଭିତରେ ଶ୍ରୀମନ୍ଦିରରୁ ଚୋରି ମନ୍ଦିରର ସୁରକ୍ଷା ଓ ପୁରୀ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ZCDB

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.