ETV Bharat / state

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜିପି

author img

By

Published : Jul 4, 2021, 7:35 PM IST

ପୁରୀ ଗସ୍ତରେ ରାଜ୍ୟ ପୋଲିସ ଡିଜିପି ଅଭୟ । ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜିପି
ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜିପି

ପୁରୀ: ପୁରୀ ଗସ୍ତରେ ରାଜ୍ୟ ପୋଲିସ ଡିଜିପି ଅଭୟ ଯାଇ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଗତବର୍ଷ ପୁରୀ ସହରବାସୀ ବିନା ଭକ୍ତରେ ରଥଯାତ୍ରା ନେଇ ପୋଲିସ ପ୍ରଶାସନକୁ ଅକୁଣ୍ଠା ସହଯୋଗ କରିଥିଲେ। ଏବର୍ଷ ମଧ୍ୟ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ।

ଏସପି ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଉ ଦିନେ ଦୁଇଦିନ ମଧ୍ୟରେ ଚୂଡାନ୍ତ ସୁରକ୍ଷା ବ୍ୟବସ୍ଥା ସ୍ପଷ୍ଟ ହେବ । ଲୋକେ ଘରେ ବସି ଟିଭି ଓ ମୋବାଇଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଡିଜିପି ଅପିଲ କରିଛନ୍ତି । ଡିଜିପିଙ୍କ ସହ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ, କେନ୍ଦ୍ରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ, ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ, ଏସପି କେ. ବିଶାଳ ସିଂ ପ୍ରମୁଖ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଏହାପରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ଦେଖିଛନ୍ତି । 70ରୁ 80 ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ ଚଳିତବର୍ଷ ରଥଯାତ୍ରାରେ। ସହରକୁ 12ଟି ଜୋନ୍ ଓ ବଡଦାଣ୍ଡକୁ 4ଟି ଜୋନରେ ବିଭକ୍ତ କରାଯିବ। ସହରର ପ୍ରତ୍ୟେକ ପ୍ରବେଶ ପଥକୁ ସିଲ୍ କରାଯିବ। ଡିଜିପିଙ୍କ ଗସ୍ତ ସମୟରେ ପୁରୀ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.