ETV Bharat / state

ବାହୁଡା ଯାତ୍ରା ପଛରେ ପୋଲିସ, ପ୍ରଶାସନର ଆପ୍ରାଣ ଉଦ୍ୟମ - police and administration

କୋରୋନା କଟକଣା ଓ ସୁପ୍ରିମକୋର୍ଟ ଗାଇଡ଼ ଲାଇନ ପାଇଁ ଭକ୍ତ ଶୂନ୍ୟ ବାହୁଡା଼ ଯାତ୍ରା ହେଉଛି। ତେବେ ବଡ଼ଦାଣ୍ଡ ପୋଲିସର କଡା ପ୍ରହରା ରହିଛି । ସମଗ୍ର ପୁରୀ ଜିଲା 2ଦିନ କର୍ଫ୍ୟୁ ରହିଛି ।

ବାହୁଡା ଯାତ୍ରା ପଛରେ ପୋଲିସ, ପ୍ରଶାସନର ଆପ୍ରାଣ ଉଦ୍ୟମ

author img

By

Published : Jul 1, 2020, 3:19 PM IST

ପୁରୀ: ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ସୁରୁଖୁରୁରେ ସମ୍ପାଦନ ପାଇଁ ଆପ୍ରାଣ ଉଦ୍ୟମ କରିଛି ପୋଲିସ ଓ ପ୍ରଶାସନ। କୋରୋନା କଟକଣା ଓ ସୁପ୍ରିମକୋର୍ଟ ଗାଇଡ଼ ଲାଇନ ପାଇଁ ଭକ୍ତ ଶୂନ୍ୟ ବାହୁଡା଼ ଯାତ୍ରା ହେଉଛି। ତେବେ ବଡ଼ଦାଣ୍ଡ ପୋଲିସର କଡା ପ୍ରହରା ରହିଛି । ସମଗ୍ର ପୁରୀ ଜିଲା 2ଦିନ କର୍ଫ୍ୟୁ ରହିଛି । ବଡ଼ଦାଣ୍ଡରେ ପୋଲିସ ଗାଡି ଘନଘନ ପଇଁତରା ମାରୁଛି । ସେହିପରି ରଥ ଟାଣିବା ବେଲେ ସେବକମାନଙ୍କ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଶରଧାବାଲିରୁ ଶ୍ରୀମନ୍ଦିର ଯାଏଁ ଜଳ ସିଞ୍ଚନ କରାଯାଉଛି । ତେବେ ବିନା ଭକ୍ତରେ ବଡ଼ ଦାଣ୍ଡ ପୁରା ଖାଁ ଖାଁ ରହିଛି ।

ବାହୁଡା ଯାତ୍ରା ପଛରେ ପୋଲିସ, ପ୍ରଶାସନର ଆପ୍ରାଣ ଉଦ୍ୟମ

ପ୍ରଥମ ଥର ପାଇଁ ବିନା ଭକ୍ତରେ ଘୋଷଯାତ୍ରା ଅନୁଷ୍ଠିତ ହେଉଛି । ରଥଯାତ୍ରା ଭଳି ଆଜି ଶ୍ରୀଗୁଣ୍ଡିଚା ଯାତ୍ରାରେ ମଧ୍ୟ ଭକ୍ତଶୂନ୍ୟ ରହିଥିଲା ବଡଦାଣ୍ଡ । ସୁପ୍ରିମକୋର୍ଟର ସମସ୍ତ ନିର୍ଦ୍ଦେଶାବଳୀ ମଧ୍ୟରେ ସୀମିତ ସବାୟତଙ୍କୁ ନେଇ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି । ପୁରୀ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି।

ଆଜି ଶ୍ରୀମନ୍ଦିର ସମ୍ମୁଖରେ ରଥ ଲାଗିବା ପରେ ମହାପ୍ରଭୁ ରଥ ଉପରେ ତିନି ଦିନ ରହିଥାନ୍ତି। ଏହି ସମୟରେ ରଥ ଉପରେ ସୁଖିଲି ଭୋଗ ଲାଗି ହୋଇଥାଏ। ବାହୁଡା ପରଦିନ ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ। ବିଭିନ୍ନ ସୁନା ଆଭୂଷଣରେ ମହାପ୍ରଭୁ ସଜାଇ ହୋଇଥାନ୍ତି। ପରଦିନ ପରମ୍ପରା ଅନୁଯାୟୀ ଅଧରପଣା ନୀତି ହୋଇଥାଏ। କୁହାଯାଏ ଏହି ଅଧରପଣା ପାଇବାକୁ ବିଭିନ୍ନ ଅଶିରିରୀ, ପ୍ରେତମାନେ ଆସିଥାନ୍ତି। ଏହାଦ୍ୱାରା ସେମାନଙ୍କ ଆତ୍ମା ମୁକ୍ତି, ମୋକ୍ଷ ପାଇଥାଏ। ଅଧରପଣା ପର ଦିନ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଆରମ୍ଭ ହୋଇଥାଏ। ନିଳାଦ୍ରୀ ବିଜେ ପରଦିନ ପୁଣି ଆନନ୍ଦ ବଜ଼ାର ଅବଡା ମହାପ୍ରସାଦ ଭକ୍ତଙ୍କୁ ମିଳିଥାଏ। ଏହା ନୀଳାଚଳ ଅବଡା କୁହାଯାଏ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.