ETV Bharat / state

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ପୋଲିସର ପାତରଅନ୍ତର ନୀତି, ଦର୍ଶନ ନକରି ଫେରିଗଲେ ଭକ୍ତ - ପୋଲିସର ପାତରଅନ୍ତର ନୀତି

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ଜଣେ ମହିଳାଙ୍କ ଛୋଟ ପୁଅକୁ ପରିସ୍ରା ଲାଗିବାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଥିବା ପରିସ୍ରାଗାରକୁ ଆସିଥିଲେ । ହେଲେ ପୁଣି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ବାର ପଟେ ପ୍ରବେଶ ଅନୁମତି ମିଳିଲା ନାହିଁ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ପୋଲିସର ପାତରଅନ୍ତର ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା । ଅଧିକ ପଢ଼ନ୍ତୁ

ଦର୍ଶନ ନକରି ଫେରିଗଲେ ଭକ୍ତ
ଦର୍ଶନ ନକରି ଫେରିଗଲେ ଭକ୍ତ
author img

By

Published : Aug 11, 2023, 10:34 PM IST

ପୁରୀ: ଶ୍ରୀମନ୍ଦିରରେ ଅଜବ ବ୍ୟବସ୍ଥା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ଜଣେ ମହିଳାଙ୍କ ଛୋଟ ପୁଅକୁ ପରିସ୍ରା ଲାଗିବାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଥିବା ପରିସ୍ରାଗାରକୁ ଆସିଥିଲେ । ହେଲେ ପୁଣି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ବାର ପଟେ ପ୍ରବେଶ ଅନୁମତି ମିଳିଲା ନାହିଁ । ଫଳରେ ମହାପ୍ରଭୁଙ୍କୁ ଦର୍ଶନ ପରେ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିନପାରି ନିରାଶା ମନରେ ଫେରିଗଲେ ଭକ୍ତ । ଜଣେ ସେବାୟତ ନରସିଂହ ପୂଜାପଣ୍ଡା ଏହି ଘଟଣା ଜାଣିବା ପରେ ସେ ତାଙ୍କ ସୋସିଆଲ ମିଡିଆରେ ଏହି ଘଟଣା ନେଇ ପୋଷ୍ଟ କରିଛନ୍ତି । ପୋଲିସର ଏଭଳି ଆଚରଣକୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରାଯାଇଛି ।

ଶ୍ରୀମନ୍ଦିର ସିଂହଦ୍ଵାର ପଟେ କେବଳ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି । ଏଥିପାଇଁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି । ଯଦି ଛୋଟ ପିଲାଙ୍କୁ ପରିସ୍ରା ଲାଗେ, ତାହେଲେ ଶ୍ରୀମନ୍ଦିର ବାହାରକୁ ଆସିବାକୁ ପଡ଼ିବ । ହେଲେ ଦୁଃଖର ବିଷୟ, ଶ୍ରୀମନ୍ଦିର ଭିତରକୁ ଫେରିବାକୁ ହେଲେ ପୁଣିଥରେ ସିଂହଦ୍ବାର ଦେଇ ପ୍ରବେଶ କରିବାକୁ ପଡ଼ିବ । ପୁଣିଥରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡିବ । ଏଠାରେ ପ୍ରଶ୍ନ ଉଠୁଛି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ କ'ଣ ତାଙ୍କ ଛୋଟ ପିଲାଙ୍କୁ ଶ୍ରୀମନ୍ଦିର ବାହାରେ ଛାଡି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବେ ? ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଥିବାବେଳେ ଭକ୍ତମାନେ ଅତି ସହଜରେ ନିଜ ସୁବିଧା ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିଲେ । ହେଲେ କେବଳ ଶ୍ରୀମନ୍ଦିରର ସିଂହଦ୍ବାର ପଟେ ଭକ୍ତଙ୍କ ପ୍ରବେଶ ପାଇଁ ନିୟମ ରହିବା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୟସ୍କ ବ୍ୟକ୍ତି, ମହିଳା, ଛୋଟ ଛୋଟ ଶିଶୁମାନେ ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିପାରୁନାହାନ୍ତି । ଅନେକ ସମୟରେ ପ୍ରବଳ ଖରା ଯୋଗୁଁ ଅନେକ ଭକ୍ତ ଚେତାଶୂନ୍ୟ ହୋଇପଡୁଛନ୍ତି । କିଛି ଭକ୍ତଙ୍କ ଜୀବନ ମଧ୍ୟ ଏହି ଭିଡ଼ ଯୋଗୁ ଚାଲିଯାଇଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ତାର ସତ୍ୟପାଠକୁ ନେଇ ପୁଣି ବିବାଦ, ଅଳଙ୍କାର ଗଣିବାକୁ ଦାବି

ତେବେ ଜଣେ ମହିଳା ତାଙ୍କ ଛୋଟ ପୁଅକୁ ନେଇ ବହୁ ଦୂରରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ । ତାଙ୍କ ପୁଅକୁ ପରିସ୍ରା ଲାଗିବାରୁ ପଶ୍ଚିମ ଦ୍ଵାର ବାହାରକୁ ଆସିବା ପରେ ପୁଣି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସିଂହଦ୍ଵାର ପଟେ ଲାଇନରେ ଆସିବାକୁ ପୋଲିସ୍ କହିବା କେତେ ଯୁକ୍ତିଯୁକ୍ତ, ସେନେଇ ପ୍ରଶ୍ନ ଉଠିଛି । ତେବେ ପଶ୍ଚିମଦ୍ବାର ପଟେ କେବଳ ପୁରୀବାସୀଙ୍କ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । କେବଳ ପୁରୀବାସୀ କଣ ମହାପ୍ରଭୁଙ୍କ ଭକ୍ତ ଏବଂ ଦୂରରୁ ଆସିଥିବା ଲୋକ କଣ ମହାପ୍ରଭୁଙ୍କ ଭକ୍ତ ନୁହେଁ କି ବୋଲି ମହିଳା ଜଣକ ପ୍ରଶ୍ନ କରିଛନ୍ତି ।

ପୁରୀ ବାସିନ୍ଦାଙ୍କ ପାଇଁ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା, କିନ୍ତୁ ବାହାରୁ ଆସିଥିବା ଭକ୍ତଙ୍କ ପାଇଁ ଅଲଗା ବ୍ୟବସ୍ଥା କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା ଶ୍ରୀମନ୍ଦିର ସେବାୟତ ନରସିଂହ ପୂଜାପଣ୍ଡା ନିଜ ସୋସିଆଲ ମିଡିଆରେ ଛାଡିବା ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପାତରଅନ୍ତର ନୀତିକୁ ଜଗନ୍ନାଥ ପ୍ରେମୀ କଡ଼ା ସମାଲୋଚନା କରିଛନ୍ତି । ଗତ କିଛିଦିନ ହେବ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଛି । ହେଲେ ପୁରୀ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଗତ କିଛିଦିନ ତଳେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଡ୍ୟୁଟିରେ ଥିବା ପୋଲିସ୍ ଭକ୍ତଙ୍କଠାରୁ ଟଙ୍କା ନେଇ ପଶ୍ଚିମ ଦ୍ବାରରେ ପ୍ରବେଶ ଅନୁମତି ଦେଇଥିବା ଭିଡିଓ ଗଣମାଧ୍ୟମରେ ପ୍ରସାରଣ ପରେ ସବୁ ମହଲରେ ପୋଲିସର ଲାଞ୍ଚୁଆ ଆଚରଣକୁ କଡ଼ା ସମାଲୋଚନା କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.