ETV Bharat / state

ବାହୁଡ଼ା ଯାତ୍ରାରେ ମାଉସୀ ହାତରୁ ପୋଡପିଠା ଖାଇବେ ମହାବାହୁ: ପ୍ରସ୍ତୁତି ଆରମ୍ଭ

author img

By

Published : Jul 7, 2022, 8:32 PM IST

ମାଉସୀ ମା’ ଘର ଛାଡି ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳ ଆସିଲାଣି । ଏଥିପାଇଁ ସ୍ଵତନ୍ତ୍ର ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ: ପୋଡୋ ପିଠା ପ୍ରସ୍ତୁତି ଆରମ୍ଭ

ପୁରୀ: ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି । ଏଥିପାଇଁ ସ୍ଵତନ୍ତ୍ର ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଉସୀ ମା’ ମନ୍ଦିରର ପୂଜକ ବିଶ୍ବନାଥ ମିଶ୍ର ମାଉସୀ ମା’ଙ୍କ ମନ୍ଦିରରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବାହୁଡ଼ା ଯାତ୍ରାରେ ମାଉସୀ ହାତରୁ ପୋଡପିଠା ଖାଇବେ ମହାବାହୁ

ତେବେ ପୋଡ଼ପିଠା ପ୍ରସ୍ତୁତି ବିଧି ଖୁବ୍‌ ନିଆରା ଅଟେ। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ମିଶାଇ ଏକମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ପରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୂନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ବାହୁଡ଼ାରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.