ETV Bharat / state

ମୋଦିଙ୍କ ପାଇଁ ମାନସିକ: ସାଇକେଲରେ ମୟୂରଭଞ୍ଜରୁ ଶ୍ରୀକ୍ଷେତ୍ର ଯାତ୍ରା - kaptipada

ମୋଦିଙ୍କ ପାଇଁ ମୟୁରଭଞ୍ଜରୁ ମହାପ୍ରଭୁଙ୍କ ଧାମକୁ ସାଇକେଲରେ ଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ପାଇଁ 450କିଲୋମିଟର ଦୂରତାକୁ ଅତିକ୍ରମ କରି ଶ୍ରୀକ୍ଷେତ୍ରରେ ସତ୍ୟଜିତ । ମୟୁରଭଞ୍ଜର କପ୍ତିପଦାରୁ ସାଇକେଲରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଆରା ପ୍ରଶଂସକ ସତ୍ୟଜିତ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ।

ଡିଜାଇନ ଫଟୋ
author img

By

Published : May 26, 2019, 12:33 PM IST

ପୁରୀ: ଦେଶରେ 'ନମୋ, ନମୋ' କୁହନ୍ତୁ ଅବା 'ମୋଦି ମୋଦି' କୁହନ୍ତି ସବୁ ଆଡେ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ରେଜ । ମୋଦି ଲହରରେ କିଏ ଭାସି ଯାଉଛି ତ କିଏ ମୋଦି ଲହରକୁ ଭରସା କରୁଛି । ମୋଦିଙ୍କ ପାଇଁ କିଏ ପ୍ରଚାର କରୁଛି ତ କିଏ ପ୍ରାର୍ଥନା । ଏଭଳି ସମୟରେ ମୋଦିଙ୍କ ପାଇଁ ମୟୁରଭଞ୍ଜରୁ ମହାପ୍ରଭୁଙ୍କ ଧାମକୁ ସାଇକେଲରେ ଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ପାଇଁ 450କିଲୋମିଟର ଦୂରତାକୁ ଅତିକ୍ରମ କରି ଶ୍ରୀକ୍ଷେତ୍ରରେ ସତ୍ୟଜିତ । ମୟୁରଭଞ୍ଜର କପ୍ତିପଦାରୁ ସାଇକେଲରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଆରା ପ୍ରଶଂସକ ସତ୍ୟଜିତ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସରିଛି ଲୋକସଭା ନିର୍ବାଚନ । ନରେନ୍ଦ୍ର ମୋଦି ବିପୁଳ ସଫଳତା ପାଇ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତୀ ଆସନରେ ବସିବାକୁ ଯାଉଛନ୍ତି । ଓଡିଶା ମୟୁରଭଞ୍ଜ କପ୍ତିପଦାର ସତ୍ୟଜିତ ମହାନ୍ତି ମୋଦିଙ୍କ ପ୍ରଶଂସକ ଭିତରେ ଅନ୍ୟତମ । ତାଙ୍କର ନିଆରା ଶୈଳୀ ଯୋଗୁ ସାରା ରାଜ୍ୟରେ ସେ ଏବେ ଚର୍ଚ୍ଚିତ । ମୋଦିଙ୍କ ମଙ୍ଗଳ କାମନା ପାଇଁ ସେ ସୁଦୂର ମୟୁରଭଞ୍ଜ କପ୍ତିପଦାରୁ ସାଇକେଲ ଯୋଗେ ପୁରୀରେ ପହଞ୍ଚି ମୋଦିଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାସ୍ତାରେ ଦୀର୍ଘ 4 ଦିନ ଲଗାତାର ଯାତ୍ରା କରି ପୁରୀ ପହଞ୍ଚିଛନ୍ତି ସତ୍ୟଜିତ ।

ଅରୁଣସ୍ତମ୍ବ ପାଖରେ ମୁଣ୍ଡିଆ ମାରିବା ସହ ମୋଦି ଦୀର୍ଘାୟୁ ପ୍ରାର୍ଥନା କରିଛନ୍ତି । ଏହାସହ ଆଗାମୀ 50ବର୍ଷ ପାଇଁ ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ବିକାଶ ଦିଗରେ ଆଗେଇ ନେଇ କାମ କରିବା ପାଇଁ କାଳିଆ ଠାକୁରଙ୍କ ପାଖେ ମାଗୁଣି କରିଛନ୍ତି ।

ସତ୍ୟଜିତ ପୂର୍ବରୁ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ସାଇକେଲରେ ପୁରୀ ଯାତ୍ରା କରି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ମାନସିକ କରିଥିଲେ । ଏଣୁ ମୋଦିଙ୍କ ବିଜୟ ପରେ ସେ ପୁରୀ ଆସି ମାନସିକ ପୂରଣ କରିଥିବା କହିଛନ୍ତି । 23 ତାରିଖରେ ମୟୁରଭଞ୍ଜରୁ ବାହାରି 26 ତାରିଖରେ ସେ ପୁରୀ ପହଞ୍ଚିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.