ହାଇଦ୍ରାବାଦ: ସ୍ପୋର୍ଟସ ବାଇକ ନିର୍ମାତା କମ୍ପାନୀ Kawasaki ଭାରତୀୟ ବଜାରରେ Kawasaki Ninja 1100SX ବାଇକ୍ ଲଞ୍ଚ କରିଛି । ଏହାର ଲୁକ୍ ବେଶ ଆକର୍ଷଣୀୟ ହୋଇଥିବା ବେଳେ କମ୍ପାନୀ ଏହାର କେବଳ ଷ୍ଟାଣ୍ଡାର୍ଡ ଭର୍ସନକୁ ବଜାରକୁ ଛାଡ଼ିଛି । ଏହି ବାଇକର ଦାମ 13.49 ଲକ୍ଷ ଟଙ୍କା (ଏକ୍ସ- ଶୋ' ରୁମ) ରଖାଯାଇଥିବା ବେଳେ ଏହାର ଫିଚର ଓ ଇଞ୍ଜିନ କିପରି ଜାଣନ୍ତୁ ।
Experience a new 1,099cc in-line 4-cylinder engine, advanced technology, and superb comfort with the sport tourer that does it all!!
— IndiaKawasaki (@india_kawasaki) December 18, 2024
The All New 2025 #Ninja1100SX is the new standard for sport touring performance.
Now available at INR 13,49,000/- (ex-showroom) pic.twitter.com/aCU0NOdDH7
Kawasaki Ninja 1100SXର ଇଞ୍ଜିନ
ନିଞ୍ଜା 1100SX ଏକ 1099cc ଯାହାକି ଲିକ୍ବିଡ କୁଲ୍ଡ, ଇନଲାଇନ-4 ମିଲ ଇଞ୍ଜିନ ବ୍ୟବହାର କରିଥାଏ । ଯାହାକି 9000rpmରେ 135bhp ଶକ୍ତି ଏବଂ 7600rpmରେ 113Nm ଟର୍କ ପ୍ରଦାନ କରିଥାଏ । ନିଞ୍ଜା 1000SX ତୁଳନାରେ ଏହାର 6bhp ଶକ୍ତି କମ ରହିଛି, କିନ୍ତୁ 2Nm ଟର୍କ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ କାୱାସାକି ନୂଆ ନିଞ୍ଜା 1100SXର 5ମ ଏବଂ ଷଷ୍ଠ କଗକୁ ଲମ୍ବା କରିଛି କମ୍ପାନୀ ।
କଣ ରହିଛି ଫିଚର ?
ହାଇୱେରେ ଗାଡି ଚଳାଇବା ସମୟରେ ଏହା ଇଞ୍ଜିନ RPMକୁ ହ୍ରାସ କରିଥାଏ ଯେଉଁ କାରଣରୁ କମ୍ପାନୀ ମୋଟରସାଇକେଲ ଉନ୍ନତ ମାଇଲେଜ୍ ଯୋଗାଏ ବୋଲି କମ୍ପାନୀ କହିଛି । ନିଞ୍ଜା 1100SXର ଖାସ୍ ଉପାଦାନଗୁଡିକ ନିଞ୍ଜା 1000SX ସହିତ ପ୍ରାୟ ସମାନ, କେବଳ ପାର୍ଥକ୍ୟ ହେଉଛି ଏହା ଟିକିଏ ବଡ଼ ରିଅର ଡିସ୍କ ବ୍ରେକ୍ ପାଇଛି । ଯାହାକି 10 ମିଲିମିଟର ବଡ ଅଟେ । ଏହା ବ୍ୟତୀତ ଇଲେକଟ୍ରୋନିକ୍ସ ସୁଟ୍ ମଧ୍ୟ ସମାନ ରଖାଯାଇଛି ଯେଉଁଥିରେ ପାୱାର୍ ମୋଡ୍, ରାଇଡିଂ ମୋଡ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ଏକ ବାଇ-ଡିରକ୍ସେନାଲ ଦ୍ରୁତ-ଶିଫ୍ଟର୍ ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଅନ୍ତର୍ଭୁକ୍ତ ।
କାୱାସାକି ନିଞ୍ଜା 1000SX ଭାରତରେ ଜାପାନର ବାଇକ୍ ଉତ୍ପାଦନକାରୀଙ୍କ ପାଇଁ ଏକ ଲୋକପ୍ରିୟ ମଡେଲ୍ ଥିଲା କାରଣ ଏହା ଲିଟର-କ୍ଲାସ ପ୍ରଦର୍ଶନ ସହିତ ଦିନସାରା ଆରାମ ଏବଂ ଭ୍ରମଣ କ୍ଷମତା ପ୍ରଦାନ କରିଥିଲା । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଭାରତରେ ଓହଲିନ୍ସ ସସପେନ୍ସନ୍ ଏବଂ ବ୍ରେମ୍ବୋ ବ୍ରେକ୍ ସହିତ 1100SXର ଅପ୍-ସ୍ପେକ୍ SE ସଂସ୍କରଣ ଆଣିନାହିଁ ଏବଂ କେବଳ ଷ୍ଟାଣ୍ଡାର୍ଡ ଭର୍ସନ ବଜାରକୁ ପଠାଇଛି ।
ଭାରତୀୟ ବଜାରରେ ନୂତନ ନିଞ୍ଜା 1100SX ପାଇଁ କୌଣସି ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବୀ ନାହାଁନ୍ତି । ଯଦି ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ସମ୍ପର୍କରେ ଆଲୋଚନା କରିବା ତେବେ Triumphର ରୋଡ ବାଏସ୍ଡ ଟୋଗର୍ 900 ଜିଟି (13.95 ଲକ୍ଷ ଟଙ୍କା) ରହିଛି । ଏହି ନୂଆ ବାଇକ୍କୁ ସମସ୍ତ ପ୍ରାଧିକୃତ କାୱାସାକି ଡିଲରସିପରୁ ଟୋକେନ୍ ରାଶି 50,000 ଟଙ୍କା ସହିତ ବୁକ୍ କରାଯାଇପାରିବ ଏବଂ ଜାନୁଆରୀ 2025ରେ ଏହାର ବିତରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।