ପୁରୀ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଭୁବନେଶ୍ବରରୁ ତାଙ୍କ ମୃତଦେହ ପିପିଲି ସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଆସିବା ପରେ ଶହଶହ ବ୍ୟକ୍ତି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପିପିଲି ଖୋରା ପଦା ସ୍ଥିତ ବାସ ଭବନ ତାଙ୍କର ମୃତଦେହ ପହଞ୍ଚିବା ପରେ ପୁରୀ ଅଭିମୁଖେ ଆସି ସ୍ବର୍ଗଦ୍ବାର ରେ ଶେଷକୃତ୍ୟ ସମ୍ପନ୍ନ ହେବ।
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକଙ୍କ ବିୟୋଗ ବିଭିନ୍ନ ରାଜନୈତିକ ନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଭଳି ଜଣେ ଟାଣୁଆ ରାଜନେତାଙ୍କ ମୃତ୍ୟୁ ଓଡିଶା ରାଜନୈତିକ ମହଲରେ ଏକ ଗଭୀର କ୍ଷତି ବୋଲି ମତ ପ୍ରକାଶ ପଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ