ETV Bharat / state

ପିପିଲି ଉପ-ନିର୍ବାଚନ: ପ୍ରସ୍ତୁତି ଶେଷ, ସକାଳ ୭ଟାରୁ ମତଦାନ - Pipili by-election

ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ସକାଳୁ ମତଦାନ ଆରମ୍ଭ ହେବ । ଗୁରୁବାର ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମତଦାନ ନିମନ୍ତେ ଭୋଟରଙ୍କ ପାଇଁ ଟେଣ୍ଟ, ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ...

Pipili by-election
Pipili by-election
author img

By

Published : Sep 29, 2021, 10:44 PM IST

ପୁରୀ/ଭୁବନେଶ୍ବର: ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ସକାଳୁ ମତଦାନ ଆରମ୍ଭ ହେବ । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମତଦାନ ନିମନ୍ତେ ଭୋଟରଙ୍କ ପାଇଁ ଟେଣ୍ଟ, ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା କର୍ମୀ କଡା ପ୍ରହରା ଦେଉଛନ୍ତି । ସେହିପରି କୋଭିଡ କଟକଣା ପାଇଁ ଯେଭଳି ପାଳନ ହେବ ତାହାକୁ ସୁ-ନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

Pipili by-election;
ପିପିଲି ଉପ-ନିର୍ବାଚନ; ପ୍ରସ୍ତୁତି ଶେଷ, ସକାଳ ୭ ଟାରୁ ମତଦାନ

ସେପଟେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଏକ ହଜାର ୭୭ ଜଣଙ୍କ ମଧ୍ୟରୁ ୯୨୪ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାନ କରିଛନ୍ତି । ପିପିଲି ଉପ-ନିର୍ବାଚନ ପାଇଁ ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ । ଉପ-ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହାବାଦ ଆସନ୍ତାକାଲି (ଗୁରୁବାର) ବିଳମ୍ବିତ ସନ୍ଧ୍ୟାରେ ପୋଲିଂ ପାର୍ଟିଙ୍କ ଠାରୁ ୱେର ହାଉସ ଠାରେ ଇଭିଏମ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହାସହ ଇଭିଏମ ଗୁଡିକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା କର୍ମୀ ପହରା ଦେଲେଣି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନକୁ ସ୍ବଚ୍ଛ, ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ, ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ରହିଛନ୍ତି । ଏହାବାଦ ୩୫ ଜଣ ସିନିୟର ଅଫିସର ତଥା ଏସପି ଓ ଆଡିସିନାଲ ଏସପି ଓ ଡିଏସପି ଅଫିସରଙ୍କ ତତ୍ବାବଧାନରେ ୧୬୩ ଇନସ୍ପେକ୍ଟର , ସବ-ଇନସ୍ପେକ୍ଟର ଓ ଏଏସଆଇ ରହିଛନ୍ତି । ଏତଦ୍ ବ୍ୟତୀତ ୭୩୬ ଜଣ କନଷ୍ଟେବଳ, ହାବିଲଦାର ଓ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । ଏଥିସହ ୩୪୮ ପୁଲିଂ ବୁଥକୁ ୪ ଟି ଜୋନରେ ବିଭକ୍ତ କରାଯାଇ ୩ ଜଣ ଅତିରିକ୍ତ ଏସପି ଓ ୪ ଜଣ ଡିଏସପିଙ୍କୁ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି। ଏଥିସହ ୩୨ ଟି ମୋବାଇଲ ପାର୍ଟି ଗଠନ କରାଯାଇଛି । ଏମାନଙ୍କୁ ପିପିଲି ବଳଙ୍ଗା, ସତ୍ୟବାଦି, ଡେଲାଙ୍ଗ ଆଦି ଥାନା ଅଞ୍ଚଳରେ ମୁତୟନ କରାଯାଇଛି। ୬ ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ଷ୍ଟାଟିକ ସର୍ଭିଲାନସ ଟିମ ଗଠନ କରାଯାଇଛି ।

ଆଜି(ବୁଧବାର) ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଆସନ୍ତ ୩ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସହଯୋଗ କରିବାକୁ ଭୋଟରଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.