ETV Bharat / state

ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ, ଅଭିଯୁକ୍ତ ଫେରାର୍‌

author img

By

Published : Mar 16, 2023, 12:05 PM IST

ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି 4 ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ । ଅଧିକ ପଢନ୍ତୁ

shri mandir sevayat
shri mandir sevayat

ପୁରୀ: ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି 4 ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ । ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ହୋଇଛି ଆକ୍ରମଣ । ଏନେଇ ଭୁଜାଲି ଚୋଟରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ଅନ୍ୟ 3ଜଣଙ୍କୁ ଗୋଟାଳିରେ ପିଟିଛନ୍ତି ଆକ୍ରମଣକାରୀ । ତେବେ ଆହତ ସେବାୟତ ମାନେ ହେଉଛନ୍ତି ଗୁଡିଆ ସାହିର ମଧୁସୂଦନ ପତ୍ରି, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା ବୋଲି ଜଣାପଡିଛି । ତେବେ ସମସ୍ତେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Delhi Liquor Scam: ଆଜି ଇଡିରେ ହାଜର ହେବେ କବିତା

ଆକ୍ରମଣରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀ ମାନେ ଫେରାର ଥିବା ଜଣାପଡିଛି । ତେବେ ମଧୂସୁଦନଙ୍କ କହିବାନୁଯାୟୀ, ଗତକାଲି ଶଙ୍କରେଶ୍ବର ପୀଠରେ ସେମାନେ ଭୋଜି ସାରି ରାତିରେ ଫେରୁଥିବା ସମୟରେ କାଶୀନାଥଙ୍କ ଘର ସମ୍ମୁଖରେ ପ୍ରାୟ ୧୫ ଜଣ ଯୁବକ ସେମାନଙ୍କୁ ଘେରି ଯାଇ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପରେ ରକ୍ତାକ୍ତ ଅବସ୍ଥାରେ ମଧୂସୁଦନଙ୍କୁ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ପରକୀୟା ପ୍ରୀତିରେ କଣ୍ଟା ସାଜିଲା ଝିଅ, ପ୍ରେମିକ ସହ ମିଶି ହତ୍ୟା କଲା ଜନ୍ମଦାତ୍ରୀ

ତେବେ ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରରେ ଗୁମାସ୍ତା ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି । ପୁର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଯାତ୍ରୀ ସେବା, ଗୁମସ୍ତା ଓ ରୋଷ ଘର ଚୁଲା ଦଖଲକୁ ନେଇ ସେବାୟତଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ହୋଇଛି । ହେଲେ ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ସଂଘର୍ଷ ଘଟୁଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ ।

ପୋଲିସ ପ୍ରଶାସନ ବିଭିନ୍ନ ନିଯୋଗ ସହ ସମ୍ପର୍କ ରଖି ଆଲୋଚନା କଲେ ଏହି ହିଂସାକାଣ୍ଡକୁ ରୋକାଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସେପଟେ ପୋଲିସର କହିବା କଥା ଘଟଣାକୁ ନେଇ ତଦନ୍ତ ଆରମ୍ଭ ହେଇଛି । ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ଧରିବା ପାଇଁ ଉଦ୍ୟମ ଚଳାଇଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.