ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ । ଏଥର କିନ୍ତୁ ଶ୍ରୀମନ୍ଦିର ବେଢା କି ଆନନ୍ଦ ବଜାର ନୁହେଁ ମହାପ୍ରଭୁଙ୍କ ରତ୍ନ ସିଂହାସନ ଫଟୋ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି ତାହା ଏବେ ଚର୍ଚ୍ଚାର ବିଷୟ । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ରା ଏହାକୁ ଭାଇରାଲ କରିଛନ୍ତି । ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏହି ଫଟୋଚିତ୍ର କିଭଳି ଭାଇରାଲ ହେଲା ଏବଂ ସମ୍ପୃକ୍ତ ଯୁବକ ଜଣକ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କାହିଁକି କରିଛନ୍ତି । ଏହା ଶ୍ରୀମନ୍ଦିରର ରତ୍ନସିଂହାସନର ଫଟୋଚିତ୍ର ନା ଏଡିଟେଡ ଫଟୋଚିତ୍ର ନା ଅନ୍ୟକେଉଁ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବା ଆବଶ୍ୟକ । ଯଦି ଏହା ଶ୍ରୀମନ୍ଦିର ରତ୍ନସିଂହାସନର ତାହା ହେଲେ ଏହା କେତେ ବର୍ଷ ତଳର ଫଟୋ ନା ଅତି ନିକଟର ଫଟୋ ଏହା ତଦନ୍ତ ସାପେକ୍ଷ ।
ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ଅଭିଯୋଗ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଉଭୟ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେ ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ରା ଏହାକୁ ଭାଇରାଲ କରିଛନ୍ତି ଓ ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏହି ଫଟୋଚିତ୍ର କିଭଳି ଭାଇରାଲ ହେଲା । ଏହା ଶ୍ରୀମନ୍ଦିରର ରତ୍ନସିଂହାସନର ଫଟୋଚିତ୍ର ନା ଏଡିଟେଡ ଫଟୋଚିତ୍ର ନା ଅନ୍ୟକେଉଁ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର ।
ଏହାକୁ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବା ଆବଶ୍ୟକ ବୋଲି ସେବାୟତ କହିଛନ୍ତି । ଯଦି ଏହା ଶ୍ରୀମନ୍ଦିର ରତ୍ନସିଂହାସନର ତେବେ ଏହା କେତେ ବର୍ଷର ତଳର ଫଟୋ ନା ଅତି ନିକଟର ଫଟୋ ଏହା ମଧ୍ୟ ତଦନ୍ତ ସାପେକ୍ଷ । ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଫଟୋର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏକ ଏତଲା ହୋଇଥିବା ବେଳେ ସିଂହଦ୍ଵାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ