ETV Bharat / state

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ, ପୋଲିସର ଛାନଭିନ୍‌ ଆରମ୍ଭ - Firing in petrol pump owner in puri

ସାକ୍ଷୀଗୋପାଳ ଅଳଗୁମ ରାସ୍ତା ପୁରୁଣାସୋମେଶ୍ଵରପୁର ଛକ ନିକଟରେ ଗୁଳିମାଡ । ଗୁଳିମାଡରେ ସ୍ଥାନୀୟ ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥ ଗୁରୁତର । ଅଧିକ ଚିକିତ୍ସା ପାଇଁ ଶ୍ରୀକାନ୍ତ ଭୁବନେଶ୍ବର ସ୍ଥାନାନ୍ତରିତ ।

Firing in petrol pump owner in puri
ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ କରି ଫେରାର ଦୁର୍ବୃତ୍ତ
author img

By

Published : Dec 30, 2019, 8:47 AM IST

Updated : Dec 30, 2019, 4:45 PM IST

ପୁରୀ: ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ସାକ୍ଷୀଗୋପାଳ ଅଳଗୁମ ରାସ୍ତା ପୁରୁଣାସୋମେଶ୍ଵରପୁର ଛକ ନିକଟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ ହୋଇଛି । ଏଥିରେ ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ, ପୋଲିସର ଛାନଭିନ୍‌

ସୂଚନାନୁସାରେ, 3 ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଶ୍ରୀକାନ୍ତଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ବାରମ୍ବାର ଜିଲ୍ଲାରେ ଗୁଳିକାଣ୍ଡ ଘଟଣାର ପୁନରାବୃତ୍ତି ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏପଟେ ଗୁଳିକାଣ୍ଡ ନେଇ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି 9 ଟାରେ 3ଜଣ ଯୁବକ ଏକ ବାଇକରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ସୃଷ୍ଟି କରିବା ସହ ଟଙ୍କା ଲୁଟ ଉଦ୍ୟମ କରିଥିଲେ । ଏହି ସମୟ ପେଟ୍ରୋଲ ପମ୍ପ ମାଲିକ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୁଳିଟି ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ବାଜିଛି । ତେବେ ଏହି ଘଟଣାରେ ପୋଲିସ କିଛି ବ୍ୟକ୍ତିଙ୍କୁ ସନ୍ଦେହ କରୁଥିବା ସୂଚନା ଦେଇଛନ୍ତି ଏସପି ।

ଏହାସହ ଖୁବଶୀଘ୍ର ଏହି ଘଟଣାରେ ପୋଲିସ ଅପରାଧୀଙ୍କୁ ଧରିବାରେ ସଫଳ ହେବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପେଟ୍ରୋଲ ପମ୍ପ ରେ ଗୁଳି କାଣ୍ଡBody:ପୁରୀ ଜିଲା ରେ ଦୁର୍ବୁତ୍ତ ଙ୍କ ଆତଙ୍କରାଜ କମି ବାର ନାଁ ଧରୁନି। ଦୁର୍ବୁର୍ତ୍ତ ଙ୍କ ଗୁଳି ମାଡ଼ ରେ ପେଟ୍ରୋଲ ଟାଙ୍କି ମାଲିକ ଗୁରୁତର ହୋଇ ଛନ୍ତି. ଲୁଟ କରିବାକୁ ଆସି ଗୁଳି କରିଛନ୍ତି ଦୁର୍ବୁତ୍ତ,। ସାକ୍ଷୀଗୋପାଳ ଅଳୁଗୁମ ରାସ୍ତା ପୁରୁଣା ସୋମେଶ୍ଵର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ଟାଙ୍କି ମାଲିକ ଶ୍ରୀକାନ୍ତ ରଥ ଙ୍କୁ ଗୁଳି କରାଯାଇଛି. ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରାଯାଇଛି. ତିନି ଜଣ ଲୁଟେରା ବାଇକ ରେ ଆସି ଗୁଳିକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି. ଘଟଣା ସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି. ଗୁଳି କାଣ୍ଡ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 30, 2019, 4:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.